ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ : ମୋଟ ୨୦ଟି ଏମଓୟୁ ହେବ ସ୍ୱାକ୍ଷରିତ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସଚିବ ।

ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ : ମୋଟ ୨୦ଟି ଏମଓୟୁ ହେବ ସ୍ୱାକ୍ଷରିତ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସଚିବ ।

କନକ ବ୍ୟୁରୋ :ଓଡ଼ିଶା ସ୍କିଲ କନକ୍ଳେଭ ୨୦୨୩କୁ ନେଇ ଦକ୍ଷତା ବିକାଶ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ। ଆଜି ୫ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ମୋଟ କନକ୍ଳେଭରେ ୨୦ଟି ଏମଓୟୁ ହେବ। ଆଜି ଦକ୍ଷତା ବିକାଶ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ୫ଟି କମ୍ପାନୀ ସହ ଏମଓୟୁ କରିଛନ୍ତି। ଓଡ଼ିଶା ଯୁବକ ଯୁବତୀ ମାନଙ୍କୁ ଟ୍ରେନିଂରେ ଏହି କଂପାନୀ ଗୁଡିକ ନିଜର ଡ଼ିଜିଟାଲ ଦକ୍ଷତା ଓ ପରିଦର୍ଶିତା ବିନିଯୋଗ କରିବେ।

ନୂଆ ଓଡ଼ିଶା ଗଠନରେ ଦକ୍ଷତା ବିକାଶ ପାଇଁ ୧୦୦ କୋଟିର ବଜେଟ କରିଛନ୍ତି ରାଜ୍ୟ ସରକାର । ଏକ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶରେ ଖର୍ଚ୍ଚ ହେବ ଏହି ଟଙ୍କା। ବିଶେଷ କରି ଡ଼ିଜିଟାଲ୍ ଜ୍ଞାନ କୌଶଳରେ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଭଳି ନୂତନ ଟେକ୍ନୋଲୋଜିରେ ଆମକୁ ଅଧିକ ଦକ୍ଷ ହେବା ଦିଗରେ ଏହି କଂପାନୀ ଗୁଡ଼ିକ କାମ କରିବେ। ମ୍ୟାପିଂ କରି ଆମେ ଟ୍ରେନିଂ ଦେଉଛୁ। ଅଟୋମେଟିକାଲି ତାହା ରୋଜଗାରରେ କନଭର୍ଟ ହେବ। ତେବେ ନିଯୁକ୍ତି ନେଇ କୌଣସି ତଥ୍ୟ ରଖିଲେନି ସଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe