ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୮୦ରେ ପହଂଚିଲା: ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୩୭୮କୁ ବୃଦ୍ଧି; ୧୧,୯୦୬ ଜଣ ହେଉଛନ୍ତି ଚିକିତ୍ସିତ, ସୁସ୍ଥ ହେଲେଣି ୧୯ ଶହ ୯୨

Advertisment
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୮୦ରେ ପହଂଚିଲା: ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୩୭୮କୁ ବୃଦ୍ଧି; ୧୧,୯୦୬ ଜଣ ହେଉଛନ୍ତି ଚିକିତ୍ସିତ, ସୁସ୍ଥ ହେଲେଣି ୧୯ ଶହ ୯୨

କନକ ବ୍ୟୁରୋ: ଦେଶରେ କରୋନା ମୃତ୍ୟୁ ୪୮୦ ଛୁଇଁଲା । ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୭୮କୁ ବୃଦ୍ଧି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୭୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୮୦ରେ ପହଂଚିଛି । ତେବେ ଆଶ୍ୱସ୍ତିକର କଥା ହେଲେ କି ୧୧ ହଜାର ୯୦୬ ଜଣ କରୋନା ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୯୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୪ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୪୨ ଜଣ, ଗୁଜରାଟରେ ୪୧ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୨ ଜଣ, କର୍ଣ୍ଣାଟକରେ ୧୩ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୬୯ ଜଣ, ମହାରାଷ୍ଟ୍ରରେ ୨୦୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୩ ଜଣ, ରାଜସ୍ଥାନରେ ୧୧ ଜଣ, ତାମିଲନାଡୁରେ ୧୫ ଜଣ, ତେଲେଙ୍ଗାନାରେ ୧୮ ଜଣ, ଉତ୍ତରପ୍ରଦେଶରେ ୧୪ ଜଣ ଏବଂ ପଶ୍ଚମବଙ୍ଗରେ ୧୦ ଜଣ ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୨), ଆନ୍ଧ୍ରପ୍ରଦେଶ (୫୭୨), ଅରୁଣାଚଳ ପ୍ରଦେଶ (୧), ଆସାମ (୩୫), ବିହାର (୮୩), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୬), ଦିଲ୍ଲୀ (୧୭୦୭), ଗୋଆ (୭), ଗୁଜରାଟ (୧୦୯୯), ହରିୟାଣା (୨୨୫), ହିମାଚଳ ପ୍ରଦେଶ (୩୬), ଜମ୍ମୁ ଓ କଶ୍ମୀର (୩୨୮), ଝାଡ଼ଖଣ୍ଡ (୩୩) କର୍ଣ୍ଣାଟକ (୩୫୯), କେରଳ (୩୯୬), ଲଦାଖ (୧୮), ମଧ୍ୟପ୍ରଦେଶ (୧୩୧୦), ମହାରାଷ୍ଟ୍ର (୩୩୨୩), ମଣିପୁର (୨), ମେଘାଳୟ (୯), ମିଜୋରାମ (୧), ଓଡ଼ିଶା (୬୦), ପୁଦ୍ଦୁଚେରୀ (୭), ପଞ୍ଜାବ (୨୦୨), ରାଜସ୍ଥାନ (୧୨୨୯), ତାମିଲନାଡୁ (୧୩୨୩), ତେଲେଙ୍ଗାନା (୭୬୬), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୦), ଉତ୍ତରପ୍ରଦେଶ (୮୪୯) ଓ ପଶ୍ଚିମବଙ୍ଗ (୨୮୭) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୧), ଆନ୍ଧ୍ରପ୍ରଦେଶ (୩୬), ଆସାମ (୫), ବିହାର (୩୭), ଚଣ୍ଡିଗଡ଼ (୯), ଛତିଶଗଡ଼ (୨୪), ଦିଲ୍ଲୀ (୭୨), ଗୋଆ (୬), ଗୁଜରାଟ (୮୬), ହରିୟାଣା (୪୩), ହିମାଚଳ ପ୍ରଦେଶ (୧୬), ଜମ୍ମୁ ଓ କଶ୍ମୀର (୪୨), କର୍ଣ୍ଣାଟକ (୮୯), କେରଳ (୨୫୫), ଲଦାଖ (୧୪), ମଧ୍ୟପ୍ରଦେଶ (୬୯), ମହାରାଷ୍ଟ୍ର (୩୩୧), ମଣିପୁର (୧), ଓଡ଼ିଶା (୧୯), ପୁଦ୍ଦୁଚେରୀ (୧), ପଞ୍ଜାବ (୨୭), ରାଜସ୍ଥାନ (୧୮୩), ତାମିଲନାଡୁ (୨୮୩), ତେଲେଙ୍ଗାନା (୧୮୬), ତ୍ରିପୁରା (୧), ଉତ୍ତରାଖଣ୍ଡ (୯), ଉତ୍ତରପ୍ରଦେଶ (୮୨) ଓ ପଶ୍ଚିମବଙ୍ଗ (୫୫) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe