ରାତି ପାହିଲେ ଜନତା କର୍ଫ୍ୟୁ: କାଲି ଭୋର୍ ୪ଟାରୁ ରାତି ୧୦ ପର୍ଯ୍ୟନ୍ତ ୧୪୧ଟି ଟ୍ରେନ୍ ସେବା ବାତିଲ୍ । ଟ୍ୱିଟ୍ କରି ସୂଚନା ଦେଲା ପୂର୍ବତଟ ରେଳବାଇ ।

Advertisment
ରାତି ପାହିଲେ ଜନତା କର୍ଫ୍ୟୁ: କାଲି ଭୋର୍ ୪ଟାରୁ ରାତି ୧୦ ପର୍ଯ୍ୟନ୍ତ ୧୪୧ଟି ଟ୍ରେନ୍ ସେବା ବାତିଲ୍ । ଟ୍ୱିଟ୍ କରି ସୂଚନା ଦେଲା ପୂର୍ବତଟ ରେଳବାଇ ।

କନକ ବ୍ୟୁରୋ: କରୋନା ମୁକାବିଲା କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଏହା ସହ ଲୋକଙ୍କ ଭିତରେ ବି କରୋନାକୁ ନେଇ ସଚେତନତା ସୃଷ୍ଟି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । କରୋନା ଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ ‘ଜନତା କର୍ଫ୍ୟୁ’କୁ ଦୃଷ୍ଟିରେ ରଖି ରେଳବାଇ ତରଫରୁ ଗାଇଡଲାଇନ୍‌ ଜାରି କରାଯାଇଛି। ଫଳରେ ଆସନ୍ତାକାଲି ଭୋର ୪ଟା ପରେ କୌଣସି ନୂଆ ଟ୍ରେନ୍‌ ଛାଡ଼ିବ ନାହିଁ। ଦୀର୍ଘ ୧୮ ଘଣ୍ଟା ଅର୍ଥାତ ରାତି ୧୦ଟା ପର୍ଯ୍ୟନ୍ତ କୌଣସି ଷ୍ଟେସନରୁ ନୂଆ ଟ୍ରେନ୍‌ ଛାଡ଼ିବ ନାହିଁ। କିନ୍ତୁ ସକାଳ ୪ଟା ପୂର୍ବରୁ ଛାଡ଼ିଥିବା ଟ୍ରେନ୍‌ଗୁଡ଼ିକ ନିଜର ଗନ୍ତବ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ନାହିଁ। ପୂର୍ବତଟ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଜେପି ମିଶ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି।

କୌଣସି ଏକ ନିର୍ଦ୍ଧିଷ୍ଟ ଷ୍ଟେସନରୁ ୪ଟା ପୂର୍ବରୁ ବାହାରିଥିବା ଟ୍ରେନଗୁଡ଼ିକର ଚଳାଚଳକୁ ଅନୁମତି ମିଳିଛି। ଏଭଳି ଟ୍ରେନ୍‌ଗୁଡ଼ିକ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବ। ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁସାରେ ୪୮ଟି ଏକ୍ସପ୍ରେସ୍‌ ଟ୍ରେନ୍‌, ୯୩ଟି ସାଧାରଣ ପାସେଞ୍ଜର ଟ୍ରେନ୍‌ ରଦ୍ଦ କରାଯାଇଛି। ଏହିଭଳି ପୂର୍ବତଟ ରେଳପଥ ଦ୍ୱାରା ମୋଟ ୧୪୧ଟି ଟ୍ରେନ୍‌ ବାତିଲ କରାଯାଇଥିବା ଜଣାପଡ଼ିଛି ।

ସବୁଠାରୁ ବଡ଼କଥା ହେଲା , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅତି ଜରୁରୀ ନହେଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ଆଗାମୀ ସପ୍ତାହ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ । ଏପରିକି ଘରେ ରହିଲେ ହିଁ ଆପଣଙ୍କ ସହ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବ । ତେଣୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଏହାକୁ ସତର୍କତା ସହ ପାଳନ କରିବାକୁ ନିବେଦନ କରିଛନ୍ତି । କାରଣ ଘରୁ ନବାହାରିଲେ ଏହାର ସଂକ୍ରମଣତାକୁ ରୋଗାଯାଇ ପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe