କନକ ବ୍ୟୁରୋ : ଚତୁର୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ୍ର ବୟନ ଶିଳ୍ପ ମନ୍ତ୍ରୀ ପଦ୍ମୀନୀ ଦିଆନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ତୋଷାଳୀ ମେଳାରେ ୩୮୦ଟି ଷ୍ଟଲ ପଡିଥିବା ବେଳେ ଫୁଡ ଷ୍ଟଲରେ ପାଖାପାଖି ୫୦ଟି ଷ୍ଟଲ ବିଭିନ୍ନ ରାଜ୍ୟର ପଡିଛି ।
ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ହସ୍ତଶିଳ୍ପୀରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ତୋଷାଳୀ ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ନିତିନ ଚନ୍ଦ୍ରା ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Screen-Shot-2019-12-15-at-11.01.40-PM.png)