ବଲିଉଡ ସିନେମାଟୋଗ୍ରାଫର ମନୋଜ ଖଟୋଇଙ୍କ ନାଁରେ ନିର୍ଯାତନା ଅଭିଯୋଗ । ମାରପିଟ, ମାନସିକ ନିର୍ଯାତନା ସହ ଦେଢ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ

383

କନକ ବ୍ୟୁରୋ: ବଲିଉଡର ସିନେମାଟୋଗ୍ରାଫର ମନୋଜ ଖଟୋଇଙ୍କ ନାମରେ ନିର୍ଯାତନା ଅଭିଯୋଗ । ଏ ଅଭିଯୋଗ ଆଣିଛନ୍ତି ମନୋଜଙ୍କ ପତ୍ନୀ । ତାଙ୍କୁ ମାରପିଟ, ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏହାଛଡା ନେଟ ବ୍ୟାଙ୍କିଙ୍ଗ ଜରିଆରେ ସ୍ୱାମୀ ମନୋଜ ଖଟୋଇ ଦେଢ କୋଟି ଟଙ୍କା ଠକି ନେଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

ବିବାହର ୧୯ ବର୍ଷ ହେଲା ତାଙ୍କୁ ସ୍ୱାମୀ ମନୋଜ ଖଟୋଇ ନିଯ ର୍ତନା ଦେଉଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣ ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମନୋଜ ଖଟୋଇ ଜୱାନୀ ଜାନେମନ ଭଳି ମୋଟ ୨୦ ବଲିଉଡ ଫିଲ୍ମରେ କ୍ୟାମେରା ମ୍ୟାନ ଭାବେ କାମ କରିଛନ୍ତି ।