ଛିଣ୍ଡୁନି ବର୍ଷା-ଅନୁଭବ ବିବାଦ : ସୋସିଆଲ ମିଡିଆରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ଟ୍ୱିଟ୍ କରି ପୁଣି ଅନୁଭବ କହିଲେ, କାହାକୁ ବିଶ୍ୱାସ କରିବି, ବାପା ମାଙ୍କୁ ନା ହ୍ୟୁମାନ ରାଇଟ୍ସ କମିଶନଙ୍କୁ । ପ୍ରଶଂସକଙ୍କ ଅନୁରୋଧ ତୁଟାନ୍ତୁ ବିବାଦ, ଏକାଠି ମିଶି ରୁହନ୍ତୁ

355

କନକ ବ୍ୟୁରୋ : ଛିଣ୍ଡୁନି ବର୍ଷା- ଅନୁଭବ ବିବାଦ । ବିବାଦ ମଧ୍ୟରେ ପୁଣି ଟ୍ୱିଟ କରିଛନ୍ତି ଅନୁଭବ । ସେ କହିଛନ୍ତି ଯେ, ହ୍ୟୁମାନ ରାଇଟ୍ସ କମିଶନଙ୍କ କଥାକୁ ବିଶ୍ୱାସ କରିବି ନା ନିଜ ସମ୍ମାନସ୍ପଦ ବାପା ମାଙ୍କୁ । ସେ ଏହାର ଠିକ ଉତର ଜାଣିଛନ୍ତି ଓ ତଥାପି ଆପଣଙ୍କ ସହଯୋଗ ଲୋଡା ବୋଲି କହିଛନ୍ତି ଅନୁଭବ ମହାନ୍ତି । ବିଳମ୍ବିତ ରାତିରେ ଅନୁଭବଙ୍କ ଏହି ଟ୍ୱିଟ ଆସିଛି । ଗତକାଲି ସନ୍ଧ୍ୟାରେ ବି ଅନୁଭବ ଅନ୍ୟ ଏକ ଟ୍ୱିଟରେ କହିଥିଲେ, ସତ୍ୟର ହେବ ବିଜୟ । ସୋସିଆଲ ମିଡିଆରେ ତାଙ୍କୁ ଦୋଷୀ ସଜାଇ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଅପପ୍ରଚାର ଚଳାଇଛନ୍ତି । ଏବେ ମାମଲା କୋର୍ଟରେ ଥିବା ବେଳେ ଏହାର ବିଚାର ମାନ୍ୟବର କୋର୍ଟ କରିବେ । ତେବେ ସତ୍ୟ ଓ ସାଧୁତାର ବିଜୟ ହେବ । ସେପଟେ ଅନୁଭବ ମହାନ୍ତିଙ୍କ ଟୁଇଟ୍ ଆସିବା ପରେ ପରେ ଏହାକୁ ନେଇ ତାଙ୍କର ଫଲୋୟର ଅନେକ ଟୁଇଟ୍ କରିଛନ୍ତି ।

ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ତୁଟାଇ ବର୍ଷ ଏବଂ ଅନୁଭବ ଏକାଠି ହୋଇ ରହିବାକୁ ଅନେକ ପରାମର୍ଶ ଦେଇଛନ୍ତି । କିଛି ଫ୍ୟାନ୍ସ ଏହି ହିଟ୍ ଯୋଡିଙ୍କୁ ପୁଣି ଥରେ ଏକାଠି ହେବାକୁ ନିବେଦନ କରିଛନ୍ତି । ଯାହା କିଛି ବି ସମସ୍ୟା ରହିଛି ତାହାକୁ ଘର ଭିତରେ ତୁଟାଇ ଅନୁଭବ ଓ ବର୍ଷା ପୁଣି ଥରେ ଏକାଠି ହୋଇ ନିଜର ପ୍ରେମକୁ ପ୍ରମାଣିତ କରିବାକୁ କିଛି ଫ୍ୟାନ୍ସ ମତମତ ରଖିଛନ୍ତି । ତେବେ ଅନୁଭବଙ୍କ ଏହି ଟୁଇଟରେ ସବୁଠାରୁ ଅଧିକ କମେଂଟ ଆସିଛି, ଯେ ସେମାନେ ବିବାଦ ତୁଟାଇ ପୁଣି ଏକାଠି ହୋଇ ଖୁସିରେ ରୁହନ୍ତୁ ।