ମାନବ ଶରୀରରେ ୨୫୬ଖଣ୍ଡ ହାଡ, ଟପ୍ପର ଶିକ୍ଷକ ହେଲେ ଗିରଫ

ମାନବ ଶରୀରରେ ୨୫୬ଖଣ୍ଡ ହାଡ, ଟପ୍ପର ଶିକ୍ଷକ ହେଲେ ଗିରଫ

source : Times of India

ମାମୁଲି ପ୍ରଶ୍ନର ଉତ୍ତର ଦେଇନପାରିବା ଏବଂ ଚାକିରି ନିମନ୍ତେ ଜାଲ୍ ମାର୍କସିଟ୍ ଦାଖଲ କରିଥିବା ଅଭିଯୋଗରେ ୨୦୧୫ ମସିହାରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଜିଲ୍ଲା ଟପର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଫିରୋଜାବାଦ ପୁଲିସ ଗିରଫ କରିଛି। ଅଭିଯୁକ୍ତ ୨୮ ବର୍ଷୀୟ ଆଶିଷ କୁମାର ହେଉଛନ୍ତି ଶକୋହାବାଦ ଥାନା ଅଧୀନ ଭଣ୍ଡାରୀ ଗ୍ରାମର ବାସିନ୍ଦା। ମେରିଟ୍ ଆଧାରରେ ତାଙ୍କୁ ପ୍ରାଥମିକ ଶିକ୍ଷକ ଭାବେ ଚୟନ କରାଯାଇଥିଲା। ବିପିଇଡି ପରୀକ୍ଷାରେ ୮୮% ନମ୍ବର ରଖିଥିବା ଏକ ଜାଲ୍ ମାର୍କସିଟ୍ ମଧ୍ୟ ସେ ଦାଖଲ କରିଥିଲେ।

publive-image

୨୦୧୫ ମସିହାରେ ମୌଳିକ ଶିକ୍ଷା ବିଭାଗ ଜିଲ୍ଲାରେ ୧୨, ୪୬୦ ଜଣ ପ୍ରାଥମିକ ସ୍କୁଲ୍ ଶିକ୍ଷକ ପଦବୀ ଖାଲି ଥିବା କଥା ବିଜ୍ଞପ୍ତିରେ ପ୍ରକାଶ କରିଥିଲେ। ଆଶିଷ କୁମାର ପରୀକ୍ଷାରେ ଟପର୍ ହୋଇଥିଲେ। ସେ ଚାକିରି ପାଇଁ ବହୁ ପ୍ରାର୍ଥୀ ଜାଲ୍ ସାର୍ଟିଫିକେଟ ଦାଖଲ କରିଥିବା କଥା ଅଭିଯୋଗ ହେବାରୁ ଅଧିକାରୀମାନେ ତାହାର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିଥିଲେ।

ମୁଖ୍ୟ ଉନ୍ନୟନ ଅଧିକାରୀ ନେହା ଝା ତଦନ୍ତ ସମୟରେ ଜାଣି ପାରିଲେ ଯେ ସେ ଶିକ୍ଷକଜଣକ ଚାକିରି ଲାଗି ଜାଲ୍ ମାର୍କ ସିଟ୍ ଦାଖଲ କରିଥିଲେ। ସେହି ଆଧାରରେ ଆଶିଷ କୁମାରଙ୍କୁ ମେ ୩ ତାରିଖ ୨୦୧୮ରେ ଉମେଦପୁରରେ ଜଣେ ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ସେ ବିଭିନ୍ନ ମହାବିଦ୍ୟାଳରେ ପଢ଼ିଛନ୍ତି ବୋଲି ଦାଖଲ କରିଥିବା ସାର୍ଟିଫିକେଟ୍ ସବୁ ଜାଲ ବୋଲି ତଦନ୍ତରୁ ଜଣାପଡ଼ିଲା। ଶେଷରେ ମାମୁଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ ମଣିଷ ଦେହରେ ୨୫୬ ଖଣ୍ଡ ହାଡ଼ ରହିଛି। ସେ ଚତୁର୍ଥ ଶ୍ରେଣୀର ଅଙ୍କଟିଏ ବି କଷି ପାରିଲେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe