ଆମେରିକାର ଦାବି ପରେ ବଢିଲା ପରମାଣୁ ଆକ୍ରମଣର ଆଶଙ୍କା, ଜାଣନ୍ତୁ ଚୀନକୁ ନେଇ କ’ଣ କହିଲା ଆମେରିକା

267

କନକ ବ୍ୟୁରୋ : ଆମେରିକା ସେନାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଚୀନ ଦ୍ୱାରା ଜୁଲାଇ ମାସରେ କରାଯାଇଥିବା ହାଇପରସୋନିକ ଅସ୍ତ୍ର ପରୀକ୍ଷାକୁ ନେଇ ଏକ ଦାବି କରିଛନ୍ତି । ସେ କହିଛନ୍ତି କି ଏହି ହାଇପରସୋନିକ ମିସାଇଲ ଶବ୍ଦର ଗତିଠାରୁ ୫ ଗୁଣ ଅଧିକ ଗତିରେ ସାରା ବିଶ୍ୱରେ ଚକ୍କର କାଟିଛି । ଏହସହ ସେ ଚେତାବନୀ ଦେଇଛନ୍ତି କି ଚୀନ ଆମେରିକା ଉପରେ କୌଣସି ସମୟରେ ପରମାଣୁ ଆକ୍ରମଣ କରିପାରେ !

ସଂଯୁକ୍ତ ଚିଫ୍ ଅଫ୍ ଷ୍ଟାଫର ଉପ ଚେୟାରମ୍ୟାନ ଜେନରାଲ ଜନ ହାଇଟେନ ଜୁଲାଇ ୨୭ରେ ଚୀନ ଦ୍ୱାରା କରାଯାଇଥିବା ହାଇପରସୋନିକ ଅସ୍ତ୍ର ପରୀକ୍ଷଣ ଉପରେ କହିଛନ୍ତି କି, ଚୀନ ଏକ ଲମ୍ବା ରେଞ୍ଜର ମିସାଇଲ ଲଂଚ କରିଛି । ସେ ସିବିଏସ ନ୍ୟୁଜ ସହିତ ଆଲୋଚନା ବେଳେ ଦାବି କରିଛନ୍ତି କି ଚୀନର ଏହି ମିସାଇଲ ସାରା ବିଶ୍ୱରେ ଚକ୍କର କାଟିଛି । ହେଲେ ଏହି ମିସାଇଲ ଟାର୍ଗେଟ ଭେଦ କରିବା ପୂର୍ବରୁ ନଷ୍ଟ ହୋଇଯାଇଥିଲା । ମାତ୍ର ଏହା ପ୍ରଥମଥର ହୋଇଛି କି କୌଶସି ଦେଶର ହାଇପରସୋନିକ ମିଶାଇଲ ପୂରା ବିଶ୍ୱରେ ଚକ୍କର କାଟିଛି ।

ଅନ୍ୟପଟେ ଏଭଳି ଦାବିକୁ ଖଣ୍ଡନ କରିଛି ଚୀନ । ଚୀନ କହିଛି କି ତାଙ୍କ ଦେଶ ତରଫରୁ କୌଣସି ହାଇପରସୋନିକ ମିଶାଇଲ ଟେଷ୍ଟ କରାଯାଇ ନାହିଁ । ଚୀନ ସ୍ପଷ୍ଟ କରିଛି କି ତାଙ୍କ ଦେଶ ତରଫରୁ ଏକ ଦ୍ୱିତୀୟବାର ବ୍ୟବହାର ଯୋଗ୍ୟ ସ୍ପେଶକ୍ରାଫ୍ଟ ପରୀକ୍ଷଣ କରାଯାଇଥିଲା ।

କହିରଖୁ କି ହାଇପରସୋନିକ ଅସ୍ତ୍ର ଶବ୍ଦର ଗତି ଠାରୁ ୫ ଗୁଣ ଅଧିକ ବେଗରେ ଯାତ୍ରା କରିଥାଏ, ଯାହାକୁ କି ରାଡାର ମାଧ୍ୟମରେ ଦେଖିବା କଠିନ କାମ । ହାଇଟେନ ମାନିଛନ୍ତି କି ଚୀନ ନିଜର ଯୋଦ୍ଧ କ୍ଷମତାର ଲଗାତର ବୃଦ୍ଧି କରିବାରେ ଲାଗିଛି । ଚୀନ ତରଫରୁ ହାଇପରସୋନିକ ମିସାଇଲ ରଖିବାକୁ ବ୍ୟବସ୍ଥା କରିଛି । ଏହାସହ ଏମିତି ଦିନ ଆସିବ କି ଚୀନ ନିଜ ସାମରିକ କ୍ଷମତାର ଏତେ ବୃଦ୍ଧି କରିବ ଯେ ହଠାତ ଆମେରିକା ଉପରେ ପରମାଣୁ ଆକ୍ରମଣ କରିପାରିବ ।