ତାଇୱାର ମିଜାଇଲ୍ ଡେଭଲପର ଚିଫଙ୍କ ମୃତ ଦେହ ଉଦ୍ଧାର । ଯୁଦ୍ଧ ଆଶଂକା ମଧ୍ୟରେ ତାଇୱାନକୁ ବଡ ଝଟକା

532

କନକ ବ୍ୟୁରୋ : ସମୟ ବଢିବା ସହିତ ଚୀନ୍ ଓ ତାଇବାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଅଧିକ ଗମ୍ଭୀର ହେବାରେ ଲାଗିଛି । ଗତକାଲି ଚୀନର ଲଢୁଆ ବିମାନ ତାଇବାନ୍ ସୀମାରେ ଉଡିଥିବା ବେଳେ ଆଜି ତାଇୱାନକୁ ଲାଗିଛି ବଡ ଝଟକା । ତାଇୱାନର ମିଜାଇଲ୍ ଡେଭଲପମେଣ୍ଟ ଚିଫ୍ ଅଫିସରଙ୍କ ମୃତ ଦେହ ମିଳିଛି । ଏକ ହୋଟେଲ ରୁମରେ ତାଙ୍କର ମୃତ ଦେହ ମିଳିଥିବା ସୂଚନାରୁ ଜଣାପଡିଛି । ଏଭଳି ସମୟରେ ତାଇୱାନର ମିଜାଇଲ୍ ଡେଭଲପର ଚିଫଙ୍କ ମୃତ୍ୟୁ ଘଟିଲା, ଯେତେବେଳେ ଚୀନ୍ ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ବାରମ୍ବାର ଧମକ ଦେଇ ଚାଲିଛି ।
ଏହାରି ଭିତରେ ତାଇୱାନର ପ୍ରତିରକ୍ଷାମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଚୀନ୍ ଆକ୍ରମଣ ପାଇଁ ବାରମ୍ବାର ଚେଷ୍ଟା କରୁଛି କିନ୍ତୁ ଏଯାଏଁ କୌଣସି ମିଜାଇଲ୍ ଛଡାଯାଇ ନାହିଁ ।
ଅନ୍ୟପଟେ ଚୀନ୍ ଯୁଦ୍ଧାଭ୍ୟାସ୍ ନାଁରେ ତାଇୱାନକୁ ଚାରି ଦିଗରୁ ଘେରିଯାଇଛି । ମିଜାଇଲ ଉପରେ ମିଜାଇଲ୍ ପରୀକ୍ଷଣ କରୁଛି । ଏହି ଅଭ୍ୟାସ ଭିତରେ ଚୀନ୍ ୧୧ଟି ମିଜାଇଲ୍ ଛାଡିଛି । ସେଥିମଧ୍ୟରୁ ୫ଟି ମିଜାଇଜ୍ ଜାପାନରେ ପଡିଥିବା ସୂଚନା ମିଳିଛି । ଯାହାକୁ ନେଇ ପ୍ରଶ୍ନ ଉଠୁଛି, ଚୀନ୍ ତାଇୱାନ ଉପରେ ଆକ୍ରମଣ କରିବା ବାହାନାରେ ଜାପାନକୁ କାହିଁକି ଉସୁକାଉଛି?