ଦୁନିଆର ସବୁଠାରୁ ବିଚିତ୍ର ଗଛ: ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ, ପଢନ୍ତୁ ଏହାର ରହସ୍ୟ

271

କନକ ବ୍ୟୁରୋ: ଗଛ ସବୁଆଡେ ରହିଥାଏ । ଗଛ ବିନା ମଣିଷ ବଞ୍ଚିବା ବି ଅସମ୍ଭବ । ତେଣୁ ଆମେ ଦୁନିଆର ଯେକୌଣସି ସ୍ଥାନକୁ ଗଲେ ଗଛ ପାଇବା । ହେଲେ ଆମେ ଆଜି ଏମିତି କିଛି ଗଛ କଥା କହିବୁ ଯାହାକୁ ଆପଣ ଆଗରୁ କେବେ ବି ଦେଖିନଥିବେ । ଆଉ ଏହି ଗଛ ଗୁଡିକର ନାଁ ହେଉଛି ଡ୍ରାଗନ ଟ୍ରି, ସିଲ୍କ କଟନ ଟ୍ରି, ବାଓବାବ ଟ୍ରି, ଗ୍ରେଟ ସିକୁଆ ଟ୍ରି । ଯାହାକି ଅନ୍ୟ ଗଛ ତୁଳନାରେ ଏକଦମ ଭିନ୍ନ ।

ଡ୍ରାଗନ ଟ୍ରି
ଡ୍ରାଗନ ଟ୍ରି ଦେଖିବାକୁ ଛତା ଭଳି । ଏହି ଗଛ ମୁଖ୍ୟତଃ କେନରୀ ଆଇଲାଣ୍ଡରେ ଦେଖିବାକୁ ମିଳିଥାଏ । ଆଉ ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଗଛର ଧାର୍ମିକ ମହତ୍ୱ ରହିଥାଏ । କେନରୀ ଆଇଲାଣ୍ଡ ବ୍ୟତୀତ ମେକ୍ସିକୋର କିଛି ଅଞ୍ଚଳରେ ମଧ୍ୟ ଏହି ଗଛ ଦେଖିବାକୁ ମିଳେ । ଏହି ଗଛର ଆୟୁଷ ପ୍ରାୟ ୬୫୦ରୁ ୧୦୦ ବର୍ଷ ହୋଇଥାଏ ।

ସିଲ୍କ କଟନ ଟ୍ରି
ଏହି ଗଛ ପ୍ରାୟତଃ ସିମ ରିମ ପ୍ରୋବିସ, କମ୍ବୋଡିଆରେ ଦେଖିବାକୁ ମିଳେ । ଏହି ଗଛରେ ଅନେକ ବିଶେଷତ୍ୱ ଦେଖିବାକୁ ମିଳିଥାଏ । ଏହି ଗଛର ଅନେକ ଚେର ଥାଏ, ଆଉ ଏହା ନିଜ ଆଖପାଖର ସବୁ ଜିନିଷକୁ ନିଜ କବଜାକୁ ନେଇଆସେ ।

ବାଓବାବ ଟ୍ରି
ଏହି ଗଛ ଆଫ୍ରିକାରୁ ଅଲଗା ହୋଇଥିବା ମେଡାଗାସ୍କରରେ ଦେଖିବାକୁ ମିଳେ । ଏହି ଗଛର ବିଭିନ୍ନ ଆକାର ମଧ୍ୟ ଦେଖିବାକୁ ମିଳେ । ଲୋକଙ୍କ କହିବାନୁସାରେ ଏହି ଗଛ ହଜାରେ ବର୍ଷ ପୁରୁଣା । ଆଉ ଏହା ୧୬ ଫୁଟରୁ ୯୫ ଫୁଟ ଯାଏଁ ଲମ୍ବା ମଧ୍ୟ ହୋଇଥାଏ ।

ଗ୍ରେଟ ସିକୁଆ ଟ୍ରି
ଦୁନିଆରେ ଥିବା ସମସ୍ତ ଗଛଠାରୁ ଏହି ଗଛ ବହୁତ ବଡ । ଏହି ଗଛ ୨୭୫ ଫୁଟ ଲମ୍ବା ହୋଇଥାଏ । ନିଜ ଆକାର ଓ ଉଚ୍ଚତା ଯୋଗୁଁ ଏହି ଗଛ ପର୍ୟଟକଙ୍କୁ ଆକର୍ଷିତ କରିଥାଏ । ଲୋକଙ୍କ କହିବାନୁସାରେ ଏହା ୨୩ଶହରୁ ୨୭ଶହ ବର୍ଷ ପୁରୁଣା ଗଛ ।