‘ଭାରତ ମସଲା’ର ୨୪ତମ ପ୍ରତିଷ୍ଠା ଦିବସ : କାର୍ଯ୍ୟକ୍ରମରେ ୮ଜଣଙ୍କୁ କରାଗଲା ସମ୍ମାନିତ

49

କନକ ବ୍ୟୁରୋ : ଦେଶର ଅଗ୍ରଣୀ ମସଲା କମ୍ପାନୀ “ଭାରତ ମସଲା” ର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜଗତପୁର ଇମାମନଗର ସ୍ଥିତ ଭାରତ ଷ୍ଟୁଡିଓ ଠାରେ ପାଳିତ ହୋଇଛି । ଜୟ ଭାରତ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାରୋହକୁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ୍ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଭାରତ ମସଲା କମ୍ପାନୀ ରାଜ୍ୟର ବିଭିନ୍ନ ଲୋକଙ୍କୁ କର୍ମନିଯୁକ୍ତି ଦେଇଥିବାରୁ ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କୁ ବେଶ୍ ପ୍ରଶଂସା କରିଥିଲେ ।

ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦେଶର ୮ଜଣ ପ୍ରତିଭାଙ୍କୁ ଭାରତ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଯୁବ ବୈଜ୍ଞାନିକ ଡକ୍ଟର ଶେଷ କିଶାନଙ୍କୁ ଭାରତ ଗୌରବ ସମ୍ମାନ,ବିଶିଷ୍ଟ ଓଡିଆ ଲେଖିକା ବନଜା ଦେବୀଙ୍କୁ କଥା ଭାରତ ସମ୍ମାନ,ଡାକ୍ତର ପ୍ରଦୀପ କୁମାର ମହାନ୍ତିଙ୍କୁ ସେବା ଭାରତ ସମ୍ମାନ,କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ କ୍ରୀଡା ଭାରତ ସମ୍ମାନ,ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କୁ ସଂସ୍କୃତି ଭାରତ ସମ୍ମାନ,ସବ୍ୟସାଚୀ ପାତ୍ର,ମିତ୍ରବର ସିଂ ଓ ହିମାଂଶୁ ପାତ୍ରଙ୍କୁ ବିଦ୍ୟା ଭାରତ ସମ୍ମାନରେ ସମ୍ମାନୀତ କରାଯାଇଛି । ପରେ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉତ୍ସବ ସମାପନ ହୋଇଥିଲା ।