ଟୋକିଓ ଅଲିମ୍ପିକ୍ସ : ପୁରୁଷ ହକିରେ ବ୍ରୋଂଞ୍ଜ ପଦକ ପାଇଁ  ଟକ୍କର; ଜର୍ମାନୀ ସହ ଖେଳୁଛି ଭାରତ

158

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ପଦକ ପାଇଁ ପଡିଆକୁ ଓହ୍ଲାଇଛି ଭାରତର ପୁରୁଷ ହକି ଦଳ । ଏହି ଐତିହାସିକ ମ୍ୟାଚରେ ଜର୍ମାନୀ ସହ ଟିମ୍ ଇଣ୍ଡିଆର ମୁକାବିଲା ଚାଲିଛି । ଭାରତକୁ ପ୍ରଥମ ଗୋଲ ଦେଇଛି ଜର୍ମାନୀ । ପୁରୁଷ ହକିରେ ଦୀର୍ଘ ୪ ଦଶନ୍ଧୀ ପରେ ସେମିଫାଇନାଲକୁ ଉଠିଥିଲା ଭାରତ । ଏକ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ମ୍ୟାଚରେ ୫-୨ ଗୋଲରେ ବେଲଜିୟମ ଠାରୁ ହାରି ଯାଇଥିଲା । ତେବେ ଅଲମ୍ପିକ୍ସ ହକିରେ ଭାରତ ଲଢୁଆ ପ୍ରଦର୍ଶନ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଛି ।

ଏହି ପରାଜୟ ସହ ଗୋଲ୍ଡ ଓ ସିଲଭର ଦୌଡରୁ ବାଦ ପଡ଼ିଥିଲା ଭାରତ । ଏବେ ବ୍ରୋଂଜ ପଦକ ପାଇଁ ଆଶା ରଖିଛନ୍ତି ଭାରତୀୟ ହକି ପ୍ରେମୀ । ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ହକିରେ ଭାରତ କୌଣସି ପଦକ ପାଇବାକୁ ସକ୍ଷମ ହୋଇନାହିଁ ଭାରତ । ତେଣୁ ଏହି ଧାରାକୁ ଭାଙ୍ଗିବାକୁ ପ୍ରୟାସ କରିବେ ଭାରତୀୟ ଖେଳାଳି । ବିଶ୍ୱ ର୍ୟାଂକିଂରେ ଜର୍ମାନୀ ଠାରୁ ଗୋଟିଏ ର୍ୟାଙ୍କ ଉପରେ ରହିଛି ଭାରତ ।