ଭାରତରେ ବିମାନରେ ଯିବା ଆସିବା ପାଇଁ ବିଭିନ୍ନ କମ୍ପାନୀ ଭିତରେ ଲାଗିଛି ପ୍ରତିଦ୍ୱନ୍ଦିତା । ଆଉ ଏହାର ଫାଇଦା ନେଉଛନ୍ତି ଗ୍ରାହକ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀମାନେ ଦେଉଛନ୍ତି ଆକର୍ଷଣୀୟ ସୁବିଧା । ତେବେ ସବୁଠୁ ଆଗରେ ରହିଛି ଏୟାର ଏସିଆ । କମଟଙ୍କା ରେ ଭାରତର ସାତଟି ସହ ବୁଲିପାରିବାର ଅଫର ଦେଉଛି ଏୟାରଏସିଆ ।
ରବିବାର ଦିନ ଏଭଳି ଆକର୍ଷଣୀୟ ଅଫରର ଘୋଷଣା କରିଛି କମ୍ପାନୀ । ସୋମବାର ଠାରୁ ୭ଟି ଭାରତୀୟ ସହର ମଧ୍ୟରେ ସ୍ୱଳ୍ପ ମୂଲ୍ୟରେ ବିମାନ ସେବା ଆରମ୍ଭ କରିବ ବୋଲି ରବିବାର ଦିନ ଏୟାର ଏସିଆ ଘୋଷଣା କରିଛି। ଏହି ପ୍ରମୋସ୍ନାଲ୍ ବିମାନ ଚଳାଚଳ ପାଇଁ ଟିକେଟର ମୂଲ୍ୟ ୯୯ ଟଙ୍କାରୁ ଆରମ୍ଭ ହେବ। ବେଙ୍ଗାଲୁରୁ, ହାଇଦ୍ରାବଦ, କୋଚି, କୋଲକତା, ନୂଆଦିଲ୍ଲୀ, ପୁଣେ ଏବଂ ରାଞ୍ଚି ଆଦି ସହରରେ ଏହି ବିମାନ ସେବା ଯୋଗାଇ ଦିଆଯିବ।
ଜାନୁଆରି ୧୫ରୁ ଜୁଲାଇ ୩୧ ଯାଏଁ ବିମାନ ଯାତ୍ରା ପାଇଁ ଯାତ୍ରୀମାନେ ସୋମବାର ଠାରୁ ଜାନୁଆରି ୩୧ ତାରିଖ ମଧ୍ୟରେ ଟିକେଟ ବୁକ କରିପାରିବେ। କେବଳ ଏୟାର ଏସିଆର ଅଫିସିଆଲ୍ େଓ୍ଵବସାଇଟ ଏବଂ ମୋବାଇଲ ଆପ ଯୋଗେ ବୁକିଙ୍ଗ ପାଇଁ ଆବେଦନ କରାଗଲେ ହିଁ ଏହି ରିହାତି ମିଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/air-asia.jpg)