ଟପ ମାଓନେତା ଆର.କେ.ର ଅପରାଧ ଡାଏରୀ: ଓଡିଶାରେ ଅଛି ୨ଶହରୁ ଅଧିକ ମାମଲା 

99

କନକ ବ୍ୟୁରୋ: ପୁଲିସ ଗୁଳି ନୁହଁ ବରଂ ଅସୁସ୍ଥତା କାରଣ ରୁ ଜଂଗଲ ଭିତରେ ପ୍ରାଣ ହରାଇଲେ ଟପ ମାଓ ନେତା ଆର.କେ ଓରଫ ରାମକୃଷ୍ଣା । ଗତ କାଲି ଠାରୁ ମାଓ ନେତା ଆରକେ ଙ୍କ ମୃତ୍ୟୁ ନେଇ ଚର୍ଚା ଲାଗି ରହି ଥିବା ବେଳେ ଆଜି ଆରକେ ଙ୍କ ମୃତ୍ୟୁ ହୋଇ ଥିବା ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ । ଗତ ୪ ଦଶକ ଧରି ମାଓ ନେତା ଆରକେ ଓଡିଶା ସମେତ ୬ ଟି ରାଜ୍ୟ ରେ ଆତଙ୍କ ଖେଳାଇ ଥିବା ବେଳେ ତାଙ୍କ ନାଁ ରେ ଦେଢ କୋଟି ଟଙ୍କା ର ପୁରଷ୍କାର ଘୋଷଣା କରା ଯାଇ ଥିଲା । ତେବେ ଆରକେଙ୍କ ମୃତ୍ୟୁ ଯୋଗୁ ମାଓ ସାଙ୍ଗଠନ ବୋଲି ମାଓ ସଙ୍ଗଠନ ସ୍ପଷ୍ଟ କରି ଥିବା ବେଳେ ୫ ରାଜ୍ୟ ର ପୁଲିସ କୁ ମିଳିଛି ବଡ ଆଶ୍ୱସ୍ତି ।

ସ୍ୱାସ୍ଥ୍ୟଗତ କାରଣରୁ ଆର.କେ. ପ୍ରାଣ ହରାଇ ଥିବା ନେଇ ସ୍ପଷ୍ଟ କରିଛି ମାଓ ସଙ୍ଗଠନ । ଏକ ବିଦ୍ରୋହର ବହ୍ନି ଜଙ୍ଗଲ ଭିତରେ ଲିଭି ଯାଇଛି । ଆରକେ ଓରଫ ରାମକୃଷ୍ଣା ଓରଫ ଅକିରାଜୁ ହରଗୋପାଲ ଓରଫ ସାକେତ ଓରଫ ଶ୍ରୀନିବାସ, ଭଳି ଅନେକ ନାଁରେ ସେ ପରିଚିତ ଥିଲେ । ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ରାମ କ୍ରୀଷ୍ଣାଙ୍କ ୪୦ବର୍ଷର ଅପରାଧର ଫର୍ଦ୍ଦ ଅନେକ ଲମ୍ବା । ଓଡିଶା, ମହାରାଷ୍ଟ୍ର, ଆନ୍ଧ୍ର୍ର, ଛତିଶଗଡ, ଝାରଖଣ୍ଡ ରାଜ୍ୟରେ ଆର୍.କେଙ୍କ ନାଁରେ ରହିଛି ଶହ ଶହ ଅପରାଧିକ ମାମଲା । ଆଉ ୫ଟି ରାଜ୍ୟରେ ତାଙ୍କ ନାଁରେ ଥିଲା ଏକ କୋଟି ୫୨ ଲକ୍ଷ ଟଙ୍କାର ପୁରଷ୍କାର । ଆନ୍ଧ୍ର-ଓଡିଶା ସୀମାରେ ୩ ଦଶକ ଧରି ରାମକ୍ରୀଷ୍ଣା ସକ୍ରୀୟ ଥିବା ବେଳେ ତକ୍ରାଳୀନ ଜିଲ୍ଲାପାଳ ଭିନିଲ କ୍ରୀଷ୍ଣାଙ୍କ ଅପହରଣ, ପଂଚପଟମାଳି ବକ୍ସାଇଟ ଖଣି ଆକ୍ରମଣ, ଆଲମ୍ପାକାର ଲଂଚ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ।

ଅନ୍ୟପଟେ ବସ୍ତର ଆଇଜି କହିଛନ୍ତି, ମାଓବାଦୀଙ୍କ ସପ୍ଲାଏ ନେଟୱାର୍କକୁ ପୁଲିସ ଅଚଳ କରିଦେଇଛି । ତେଣୁ ଜଙ୍ଗଲ ଭିତରକୁ ଔଷଧ ଓ ଜରୁରୀ ସାମଗ୍ରୀ ଯାଇପାରୁ ନଥିବାରୁ ଟପ୍ ମାଓନେତାଙ୍କ ମୃତ୍ୟୁ ହୋଇଛି ।

ଆର୍.କେ ଙ୍କ ଅସଲ ନା ଆକି. ରାଜୁ ହରଗୋପାଲ ଏବଂ ଘର ଆନ୍ଧ୍ରପ୍ରଦେଶ ଗୁଂଟୁର ଜିଲ୍ଲା ଅନ୍ତର୍ଗତ ପାଲନାଡ । ସ୍ନାତକୋତର ପରେ ଶିକ୍ଷକତା କରୁଥିବା ଆରକେ ୧୯୮୨ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ ।

-୧୯୮୬ ମସିହାରେ ପ୍ରଥମେ ଗୁଂଟୁର ଜିଲ୍ଲା ସଭାପତି  

-୧୯୯୨ ରେ ରାଜ୍ୟ କମିଟି ମେମ୍ବର

-୨୦୦୦ ମସିହା ରେ ଆନ୍ଦ୍ର ରାଜ୍ୟ କମିଟି ସଚିବ 

-୨୦୦୪ ମସିହାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ ମାଓବାଦୀଙ୍କ ଶାନ୍ତି ବାର୍ତ୍ତାର ନେତୃତ୍ୱ ନେଇ ସଙ୍ଗଠନରେ ଭିନ୍ନ ସ୍ଥାନ ସୃଷ୍ଟି କରିଥିଲେ 

– ସରକାରଙ୍କ ସହ ବାର୍ତ୍ତା ବିଫଳ ହେବା ପରେ ଆର.କେ ମାଓ ସଙ୍ଗଠନର କେନ୍ଦୀୟ କମିଟିର ସଦସ୍ୟ ହୋଇଥିଲେ 

-କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ ବଡ ସାଙ୍ଗଠନିକ ଦାୟୀତ୍ୱ ତୁଳାଇ ଥିଲେ ଆରକେ 

-୨୦୧୮ ମସିହାରେ କେନ୍ଦ୍ରୀୟ ପୋଲିତ ବ୍ୟୁରୋ ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ 

ତେବେ ୨୦୧୬ ରାମାଗୁଡା ଏନକାଉନ୍ଟର ରେ ତାଙ୍କ ପୁଅ ମୁନ୍ନା ସମେତ ପ୍ରାୟ ୩୦ ମାଓବାଦୀ ପ୍ରାଣ ହରାଇବା ପରେ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇ ଥିଲା ।