କନକ ବ୍ୟୁରୋ : ଲାଲଗଡରେ ସଂକୁଚିତ ହେଉଛି ମାଓ ସଙ୍ଗଠନ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଂଚଳରେ ବିକାଶ ଯେଉଁ ହାରରେ ଆଗକୁ ବଢିବାରେ ଲାଗିଛି, ସେହି ହାରରେ ମାଓ ସଙ୍ଗଠନ ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଯେଉଁ ବିଚ୍ଛିନ୍ନାଂଚଳକୁ ମାଓବାଦୀମାନେ ନିଜ ମୁକ୍ତାଂଚଳ ଭାବେ ବ୍ୟବହାର କରି ଆସୁଥିଲେ ସେଠାରେ ଏବେ ଯବାନଙ୍କ ପହରା ।
ଟପ୍ ମାଓ ନେତା ଆରକେଙ୍କ ପରେ ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ ଉଦୟ ଏବେ ପୁରା ସ୍ୱାଭିମାନ ଅଂଚଳ ସହ ଆନ୍ଧ୍ର ଓଡିଶା ସୀମାନ୍ତର ନେତୃତ୍ୱ ନେଉଛି । ଆଉ ଉଦୟକୁ ଖୋଜୁଛି ପୁଲିସ ।