ଛତିଶଗଡର ଟପ୍ ମାଓ ନେତା ପାପାରାଓର ମୃତ୍ୟୁ ସୂଚନା । ୨୦୧୦ ତାଡମେଟଲା ନକ୍ସଲ ଆକ୍ରମଣର ଥିଲା ମାଷ୍ଟର ମାଇଣ୍ଡ । ୭୬ଯବାନ ହୋଇଥିଲେ ସହୀଦ

ମୁଣ୍ଡ ଉପରେ ଥିଲା ୨୫ଲକ୍ଷ ଟଙ୍କାର ପୁରଷ୍କାର ରାଶି

134

କନକ ବ୍ୟୁରୋ: ଛତିଶଗଡର ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଟପ ମାଓ ନେତା ପାପାରାଓ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ପୋଲିସ ବି ଏ ନେଇ କୌଣସି ସୂଚନା ଦେଇନାହିଁ । ଛତିଶଗଡ-ମାଲକାନଗିରି ସୀମାରେ ପାପାରାଓ ସକ୍ରିୟ ଥିଲା । ତା ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଛତିଶଗଡ ସରକାର ଘୋଷଣା କରିଥିଲେ ।

ଖବର ଅନୁସାରେ, ପାପାରାଓ ଗତ ୪ ଦିନ ହେଲା ଛତିଶଗଡର ନିଜ ଶଶୁର ଘରକୁ ଆସିଥିଲା । କିଡନୀ ରୋଗରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ପାପାରାଓ ପ୍ରାଣ ହରାଇଥିବା ଖବର ଆସିଥିଲେ ବି ଏହା ମିଛ ବୋଲି ଜଣାପଡିଥିଲା ।

ପାପାରାଓ ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ବଡ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏଥିରେ ୭୬ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଏହି ଦୁର୍ଦ୍ଦାନ୍ତ ମାଓନେତା ଛତିଶଗଡ-ମାଲକାନଗିରି ସୀମାରେ ସକ୍ରିୟ ଥିଲା ଓ ନକ୍ସଲଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ଥିଲ ଓ ବଡ ନକ୍ସଲ ନେତା ରମନ୍ନାଙ୍କ ସହଯୋଗୀ ଥିଲା ।

Comments are closed.