କନକ ବ୍ୟୁରୋ: ଛତିଶଗଡର ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଟପ ମାଓ ନେତା ପାପାରାଓ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏ ନେଇ ପୋଲିସ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ପୋଲିସ ବି ଏ ନେଇ କୌଣସି ସୂଚନା ଦେଇନାହିଁ । ଛତିଶଗଡ-ମାଲକାନଗିରି ସୀମାରେ ପାପାରାଓ ସକ୍ରିୟ ଥିଲା । ତା ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଛତିଶଗଡ ସରକାର ଘୋଷଣା କରିଥିଲେ ।
ଖବର ଅନୁସାରେ, ପାପାରାଓ ଗତ ୪ ଦିନ ହେଲା ଛତିଶଗଡର ନିଜ ଶଶୁର ଘରକୁ ଆସିଥିଲା । କିଡନୀ ରୋଗରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ପାପାରାଓ ପ୍ରାଣ ହରାଇଥିବା ଖବର ଆସିଥିଲେ ବି ଏହା ମିଛ ବୋଲି ଜଣାପଡିଥିଲା ।
ପାପାରାଓ ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ବଡ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏଥିରେ ୭୬ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଏହି ଦୁର୍ଦ୍ଦାନ୍ତ ମାଓନେତା ଛତିଶଗଡ-ମାଲକାନଗିରି ସୀମାରେ ସକ୍ରିୟ ଥିଲା ଓ ନକ୍ସଲଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ଥିଲ ଓ ବଡ ନକ୍ସଲ ନେତା ରମନ୍ନାଙ୍କ ସହଯୋଗୀ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/MAO-1.jpg)
/kanak/media/post_attachments/wp-content/uploads/2020/01/IMG-20200122-WA0055.jpg)
/kanak/media/post_attachments/wp-content/uploads/2019/04/maoists-1474004312.jpg)