କନକ ବ୍ୟୁରୋ: ବିଜେପି ସରକାରକୁ ଗାଦିରୁ ହଟାଇବାକୁ ଅଂଟା ଭିଡିଛନ୍ତି ବିରୋଧୀ । ଆଗକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଓ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିଛି ବିରୋଧୀଙ୍କ ‘ଗ୍ରୁପ -୨୩’ ମେଂଟ । ରଣନୀତିର କ୍ଷେତ୍ର ଥିଲା କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲଙ୍କ ଜନ୍ମଦିନ ପାର୍ଟି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ବିରୋଧୀ ଦଳର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ଭୁପିନ୍ଦର ସିଂ ହୁଡା, ଶଶି ଥରୁର, ଆନନ୍ଦ ଶର୍ମା, ମୁକୁଲ ୱାସନିକ,ପୃଥ୍ୱୀରାଜ ଚୌହାନ୍, ମନିଷ ତିୱାରୀ ଏହି ରାତ୍ରୀ ଭୋଜନରେ ଯୋଗ ଦେଇଛନ୍ତି ।

Advertisment

publive-image
ଏହାସହ ଆରଜେଡି ମଙ୍ଗୁଆଳ ଲାଲୁ ଯାଦବ, ଏନସିପି ସୁପ୍ରିମୋ ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ରାମଗୋପାଳ ଯାଦବ,ସିପିଆଇଏମ ମୁଖ୍ୟ ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା, କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ, ଶିବସେନାର ସଂଜୟ ରାଉତ । ଟିଏମସିର କଳ୍ୟାଣ ବାନାର୍ଜୀ ଓ ଡେରେକ୍ ଓ ବ୍ରିଏନ୍ ; ଡିଏମକେର ତିରୁଚି ଶିବା ଓ ଟି କେ ଆଲାଙ୍ଗୋଭାନ୍, ଆରଏଲଡିର ଜୟନ୍ତ ଚୌଧୁରୀ ଓ ଟିଆରଏସ୍, ଟିଡିଏସର ନେତା ମଧ୍ୟ ଯୋଗ ଦେଇଛନ୍ତି । ବିରୋଧୀଙ୍କ ଏହି ମେଂଟକୁ ନେଇ ଏବେ ରାଜ୍ୟ ଠାରୁ କେନ୍ଦ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।