କନକ ବ୍ୟୁରୋ : ମାହାଙ୍ଗା ମାଟିରେ କିଏ ମାରିବ ବାଜି । ରାଜ୍ୟ ରାଜନୀତିର ସମ୍ମାନଜନକ ଆସନ ମଧ୍ୟରେ ମାହାଙ୍ଗା ରହିଥିବା ବେଳେ ଏହା ଉପରେ ଏବେ ସମସ୍ତଙ୍କର ଫୋକସ ରହିଛି । ଭୋଟର ମାନେ ନିଜର ମତ ସାବ୍ୟସ୍ତ କରିବାକୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଅପେକ୍ଷା କରି ରହୁଛନ୍ତି । ମାହାଙ୍ଗା ବ୍ଳକ୍ ଏବଂ ନିଶ୍ଚିନ୍ତକୋଇଲି ବ୍ଳକର ୨୬ଟି ପଂଚାୟତକୁ ନେଇ ଗଠିତ ଏହି ଆସନରେ ସେଖ ମତଲୁବ୍ ଅଲି ୪ଥର ବିଧାୟକ ଓ ଶରତ କୁମାର କର ୩ ଥର ବିଧାୟକ ରହିଛନ୍ତି । ଗତ ଥର ଏହି ଆସନରେ ବିଜେଡି ବାଜି ମାରିଥିବା ବେଳେ ଚଳିତଥର ମାହାଙ୍ଗା ମୈଦାନରେ କିଏ ବିଜୟ ଧ୍ୱଜା ଉଡାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
୨୦୧୯ର ଲଢେଇ
ବିଜେଡି: ପ୍ରତାପ ଜେନା
କଂଗ୍ରେସ: ଦେବେନ୍ଦ୍ର ସାହୁ
ବିଜେପି: ସାରଦା ପ୍ରଧାନ
ବିଜେଡି : ପ୍ରତାପ ଜେନା
- ୪ଥର ବିଧାୟକ
- ମାହାଙ୍ଗାରୁ ୨ଥର ଏବଂ କିଶୋର ନଗରରୁ ୨ଥର ବିଧାୟକ
- ମନ୍ତ୍ରୀ( ସ୍ୱାସ୍ଥ୍ୟ, ଗଣଶିକ୍ଷା, ଆଇନ୍ ଏବଂ ସୂଚନା ଓ ଲୋକସମ୍ପର୍କ )
- ହେବିୱେଟ୍ ନେତା
କଂଗ୍ରେସ: ଦେବେନ୍ଦ୍ର ସାହୁ
- ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ
- କଂଗ୍ରେସ କର୍ମୀ ତଥା ସଂଗଠକ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
ବିଜେପି : ସାରଦା ପ୍ରଧାନ
- ୨୦୧୪ରେ ପରାଜିତ ( ସ୍ୱାଧୀନ ପ୍ରାର୍ଥୀ )
- ଗତ ନିର୍ବାଚନରେ ୬୧ ହଜାରରୁ ଅଧିକ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନ
- ୨୦୧୮ରେ ବିଜେପିରେ ସାମିଲ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩୬ ହଜାର ୭୭୮
- ମତ ଦେଇଥିଲେ – ୧ ଲକ୍ଷ ୮୧ ହଜାର ୪୬୨
- ଭୋଟଦାନ ହାର – ୭୬.୬୪%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରତାପ ଜେନା ବିଜେଡି ୮୯,୫୩୧ ୪୯.୩୪% ବିଜୟୀ
ଶେକ୍ ମତଲୁବ ଅଲ୍ଲୀ କଂଗ୍ରେସ ୨୨,୨୯୭ ୧୨.୨୯% ପରାସ୍ତ
ସମୀର କୁମାର ବିଶ୍ୱାଳ ବିଜେପି ୩,୫୭୨ ୧.୯୭% ପରାସ୍ତ
ସାରଦା ପ୍ରସାଦ ପ୍ରଧାନ ସ୍ୱାଧୀନ ୬୧,୬୫୭ ୩୩.୯୮% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ପ୍ରତାପ ଜେନା ନିର୍ବାଚନ ଜିତିଥିଲେ
- ୮୯ ହଜାର ୫୩୧ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନଙ୍କୁ ପରାସ୍ତ କରିଥିଲେ
- ୨୭ ହଜାର ୮୭୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ