କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନୀତି, ବଢାଇଛି ତାତି । ବୈଶାଖର ଟାଣୁଆ ଖରା ଠାରୁ ମଧ୍ୟ ଅଧିକ ତାତି ବଢାଇଛି କେନ୍ଦ୍ରାପଡା ରାଜନୀତି । କେନ୍ଦ୍ରାପଡା କୁରୁକ୍ଷେତ୍ରରେ ବିଜୟ ହାସଲ କରିବାକୁ ଜି ଜାନ ଲଗାଇ ଦେଇଛନ୍ତି ୩ ଦଳ । ଅଣ କଂଗ୍ରେସ ଓ ଅଣବିଜେପି ଗଡ ରହି ଆସିଥିବା କେନ୍ଦ୍ରାପଡାରେ ଗତ ୫ଟି ନିର୍ବାଚନରେ ବିଜୟ ବାନା ଉଡାଇ ଆସୁଛି ବିଜେଡି । ଚଳିତଥର ରାଜ୍ୟ ରାଜନୀତିର ସବୁଠୁ ବଡ ଲଢେଇ ହେଉଛି କେନ୍ଦ୍ରାପଡାରେ । କେହି କାହାକୁ ସହଜରେ ବାଟ ଛାଡିବାକୁ ନାରାଜ । ଯାହା ନେତାଙ୍କ ପାଇଁ ଦ୍ୱନ୍ଦ ବଢାଉଥିବା ବେଳେ ଭୋଟରଙ୍କ ପାଇଁ ସସପେନ୍ସ ବଢାଇଛି । କେବଳ ପାଟକୁରାକୁ ଛାଡି ଦେଇ ଅନ୍ୟ ନିର୍ବାଚନମଣ୍ଡଳୀରେ ଭୋଟ ହେବାକୁ ଯାଉଥିବା ବେଳେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଏବଂ ମହାକାଳପଡାକୁ ନେଇ କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ । ୨୦୧୪ ନିର୍ବାଚନରେ ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା ଏବଂ ମହାକାଳପଡା ଆସନକୁ ବିଜେଡି ଦଖଲ କରିଥିବା ବେଳେ ସାଲେପୁର, ଆଳି, ରାଜନଗର କଂଗ୍ରେସ ଦଖଲରେ ରହିଥିଲା । ଏହି ଆସନରୁ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୩ଥର ସାଂସଦ ରହିଥିବା ବେଳେ ସୁରେନ୍ଦ୍ରନାଥ ଦ୍ୱିବେଦୀ ୩ଥର ସାଂସଦ ରହିଛନ୍ତି । ୨୦୧୯ରେ ଏହି ଆସନରେ ହେଉଥିବା ନିର୍ବାଚନ ଉପରେ ପୂରା ରାଜ୍ୟର ନଜର ଅଟକି ରହିଛି ।
୨୦୧୯ର ଲଢେଇ
ବିଜେଡି: ଅନୁଭବ ମହାନ୍ତି
କଂଗ୍ରେସ: ଧରଣୀଧର ନାୟକ
ବିଜେପି: ବୈଜୟନ୍ତ ପଣ୍ଡା
ବିଜେଡି : ଅନୁଭବ ମହାନ୍ତି
- ରାଜ୍ୟସଭା ସାଂସଦ
- ଓଲିଉଡ୍ ସୁପରଷ୍ଟାର
- ୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ସାମିଲ
- ପ୍ରଥମଥର ପ୍ରତ୍ୟକ୍ଷ ନିର୍ବାଚନ ଲଢୁଛନ୍ତି
କଂଗ୍ରେସ: ଧରଣୀଧର ନାୟକ
- ଆଇନଜୀବୀରୁ ରାଜନୀତି
- ୨୦୧୪ରେ ପରାଜିତ ( ଦ୍ୱିତୀୟ ସ୍ଥାନ )
- କେନ୍ଦ୍ରାପଡା ରାଜକନିକା ବାସିନ୍ଦା
- ଦ୍ୱିତୀୟଥର ପାଇଁ କଂଗ୍ରେସର ଲୋକସଭା ପ୍ରାର୍ଥୀ
ବିଜେପି : ବୈଜୟନ୍ତ ପଣ୍ଡା
- ୪ଥର ସାଂସଦ ( ୨ଥର ଲୋକସଭା, ୨ଥର ରାଜ୍ୟସଭା ) ( ବିଜେଡି )
- ୨୦୦୯ ଏବଂ ୨୦୧୪ରେ କେନ୍ଦ୍ରାପଡା ସାଂସଦ ( ବିଜେଡି )
- ବିଜେପି ରାଷ୍ଟ୍ରୀୟ ଉପସଭାପତି
- ବିଜେପି ମୁଖପାତ୍ର
- ବିଜେଡିରୁ ବହିଷ୍କାର ପରେ ବିଜେପିରେ ସାମିଲ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୫ ଲକ୍ଷ ୩୧ ହଜାର ୨୮୬
- ମତ ଦେଇଥିଲେ – ୧୧ ଲକ୍ଷ ୩୭ ହଜାର ୬୦୭
- ଭୋଟଦାନ ହାର – ୭୩.୧%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବୈଜୟନ୍ତ ପଣ୍ଡା ବିଜେଡି ୬,୦୧,୫୭୪ ୫୨.୭୨% ବିଜୟୀ
ଧରଣୀଧର ନାୟକ କଂଗ୍ରେସ ୩,୯୨,୪୬୬ ୩୪.୪% ପରାସ୍ତ
ବିଷ୍ଣୁପ୍ରସାଦ ଦାସ ବିଜେପି ୧,୧୮,୭୦୭ ୧୦.୪% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ବୈଜୟନ୍ତ ପଣ୍ଡା ନିର୍ବାଚନ ଜିତିଥିଲେ
- ୬ ଲକ୍ଷ ୦୧ ହଜାର ୫୭୪ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ପରାସ୍ତ କରିଥିଲେ
- ୨ ଲକ୍ଷ ୦୯ ହଜାର ୧୦୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ