ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣା : ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଅଭିଯୁକ୍ତ କିଏ, କାହା ବିରୋଧରେ ହୋଇଛି ମାମଲା ଓ କାହାକୁ ଗିରଫ ହୋଇଛି କି ନାହିଁ ଜାଣିବାକୁ ଚାହିଁଲେ ସବୋର୍ଚ୍ଚ ନ୍ୟାୟଳୟ; କାଲି ମାମଲାର ପରବର୍ତୀ ଶୁଣାଣି

72

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣାରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ମାମଲାରେ ଅଭିଯୁକ୍ତ କିଏ, କାହା ବିରୋଧରେ ହୋଇଛି ମାମଲା ଓ କାହାରିକୁ ଗିରଫ ହୋଇଛି କି ନାହିଁ ଜାଣିବାକୁ ଚାହିଁଲେ ସବୋର୍ଚ୍ଚ ନ୍ୟାୟଳୟ । କାଲି ମାମଲାର ପରବର୍ତୀ ଶୁଣାଣି ହେବ । ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଶୁଣାଣି କରିଛନ୍ତି ।

ରବିବାର ହୋଇଥିବା ଏହି ହିଂସା ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଜଣ ଚାଷୀ ରହିଥିବା ବେଳେ ୪ ବିଜେପି ସମର୍ଥକ ଏବଂ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଗାଡି ମାଡିଯିବାରୁ ୪ ଚାଷୀଙ୍କର ମୃତ୍ୟୁ ଘଟିଛି । ଚାଷୀ ମାନେ ଦାବି କରିଛନ୍ତି ଯେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡି ଚଢାଇ ଚାଷୀଙ୍କୁ ମାରିଥିବା ଅଭିଯୋଗ ରହିଛି । ରାଜ୍ୟ ସରକାର ଏହି ଘଟଣାରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଜମେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ ତଦନ୍ତ ।