କନକ ବ୍ୟୁରୋ : କ୍ରୀଡାବିତଙ୍କୁ ମିଳିବ ଷ୍ଟାଇପେଣ୍ଡ । ଅଲିମ୍ପିକ୍ସ, ଏସିଆନ ଗେମ୍ସ କିମ୍ବା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ପ୍ରସ୍ତୁତ ହେଉଥିବା ଖେଳାଳୀଙ୍କୁ ଭତ୍ତା ପ୍ରଦାନ କରିବେ କେନ୍ଦ୍ର ସରକାର । ମାସକୁ ୫୦ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ଏନେଇ ଟ୍ୱିଟ କରିଛନ୍ତି ରାଜ୍ୟବର୍ଦ୍ଧନ ସିଂ ରାଠୋଡ । ଏଥିପାଇଁ ସୁପାରିଶ କରିଥିଲା ଅଲିମ୍ପିକ ଟାସ୍କଫୋର୍ସ । ଅଲିମ୍ପିଆନ ଅଭିନବ ବିନ୍ଦ୍ରାଙ୍କ ନେତୃତ୍ୱରେ ଗଠିତ ଟାସ୍କଫୋର୍ସ କରିଥିବା ସୁପାରିଶକୁ ଗ୍ରହଣ କରିନେଇଛନ୍ତି ମୋଦି ସରକାର ।
ଏପରିକି ଟାର୍ଗେଟ ଅଲିମ୍ପିକ ପୋର୍ଡିଅମ ସ୍କିମରେ ୧୫୨ଜଣ ଆଥଲେଟଙ୍କୁ ବାଛିଛି କ୍ରୀଡା ବିଭାଗ । ଏମାନଙ୍କୁ ସେପ୍ଟେମ୍ବର ୧ ତାରିଖରୁ ପିଛିଲା ଭାବେ ଭତ୍ତା ପ୍ରଦାନ କରିବାକୁ ନିଷ୍ପତି ହୋଇଛି । ଅନେକ ସମୟରେ ପ୍ରାୟୋଜକ ଯୋଗାଡ କରିବାରେ ଅସମର୍ଥ ଭାରତୀୟ ଖେଳାଳି, ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିପାରୁନାହାନ୍ତି । ତେଣୁ ଏହି ସହାୟତା ରାଶି ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/athletics.jpg)