ଇଣ୍ଡିଆନ୍ ଆର୍ମଡ଼ ଫୋର୍ସ ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ମଧ୍ୟରୁ ଅନ୍ୟତମ । ଆପଣ ନିଶ୍ଚିତ ଭାବେ ଜାଣିଥିବେ ଇଣ୍ଡିଆନ୍ ଆର୍ମି,ଏୟାରଫୋର୍ସ ଏବଂ ନେଭି ସେନାର ୩ ଟି ଶକ୍ତି । କିନ୍ତୁ ସେନାର ଏହି ଶକ୍ତି ଭିତରେ ବି ଏମିତି କିଛି କମାଣ୍ଡୋ ଫୋର୍ସେସ୍ ଅଛନ୍ତି ଯେଉଁମାନେ ଲୋକଙ୍କ ସୁରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇଦିଅନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଏହି କମାଣ୍ଡୋମାନଙ୍କୁ ଖୋଜାପଡ଼େ । ଆଜି ଆମେ ଆପଣଙ୍କୁ ଦେଶର ସବୁଠାରୁ ଘାତକ , ଶାନଦାର୍ ଏବଂ ବୁଦ୍ଧିମାନ୍ କମାଣ୍ଡୋ ଫୋର୍ସେସଙ୍କ ବିଷୟରେ କହିବୁ । ଯାହାଙ୍କ ଆଗରେ ଶତ୍ରୁ ଆଣ୍ଠୁ ମାଡ଼ି ବସିବାକୁ ବାଧ୍ୟ ହୁଅନ୍ତି ।

Advertisment

publive-image

ଏହି ଲିଷ୍ଟର ପ୍ରଥମ ନମ୍ବରରେ ଆସନ୍ତି କୋବ୍ରା କମାଣ୍ଡୋ । ଆପଣଙ୍କୁ କହିରଖୁଛୁ କି ଏହି କମାଣ୍ଡୋ ସିଆରପିଏଫର ଏକ ସ୍ୱତନ୍ତ୍ର ୟୁନିଟ୍ । କୋବ୍ରା କମାଣ୍ଡୋ ଗରିଲା ଯୁଦ୍ଧ ତଥା ଜଙ୍ଗଲର ବିପଦପୂର୍ଣ୍ଣ ବାତାବରଣରେ ସରଭାଇଭ୍ କରିବା ପାଇଁ ସ୍ପେଶାଲ୍ ଟ୍ରେନିଂ ନେଇଥାନ୍ତି । ଜଙ୍ଗଲରେ ଆଡ୍ଡା ଜମାଇ ବସିଥିବା ନକ୍ସଲଙ୍କ ନିପାତ ପାଇଁ ଏହି ଫୋର୍ସକୁ ପ୍ରସ୍ତୁତ କରାଯାଇଛି ।

publive-image
ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଆସନ୍ତି ଗରୁଡ଼ କମାଣ୍ଡୋ । ଭାରତୀୟ ବାୟୁସେନାର ବଳ ହେଉଛି ଗରୁଡ଼ କମାଣ୍ଡୋ । ଜଳ ,ବାୟୁ ଏବଂ ରାତି ଅନ୍ଧାରରେ ଶତ୍ରୁଙ୍କୁ ମାରିବାର ସାମର୍ଥ୍ୟ ରଖେ ଏହି ସେନା । କଡ଼ା ଟ୍ରେନିଂ ନେଇ କମାଣ୍ଡୋ ଜଏନ୍ କରିଥିବା ଏହି ବୀର ଏୟାରଫୋର୍ସର ବେସ୍ ଉପରେ ଆତଙ୍କୀ ଆକ୍ରମଣ କଲେ ତୁରନ୍ତ ପଦକ୍ଷେପ ନେଇଥାନ୍ତି ।publive-image
୩ୟ ସ୍ଥାନରେ ଆସନ୍ତି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ଼ ବା ଏନଏସଜି । ଯାହାର ଗଠନ ୧୯୬୮ ରେ କରାଯାଇଥିଲା । ଏନଏସଜି ଯବାନ ୩ ସେନା , ପୁଲିସ୍ ଏବଂ ପାରାମିଲିଟାରୀରେ ସେବା ଯୋଗାଇ ଦିଅନ୍ତି ।

publive-image
୪ ର୍ଥ ସ୍ଥାନରେ ଆସନ୍ତି ଏସପିଜି ଯବାନ ବା ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ । ଏହି ଯବାନଙ୍କୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଖପାଖରେ ଦେଖିବାକୁ ମିଳିଥାଏ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ ଏମାନଙ୍କ ଉପରେ ହିଁ ଥାଏ । ଫୁର୍ତ୍ତିବାନ୍ , ତୀକ୍ଷ୍ମ ନଜର ଏବଂ ବୁଦ୍ଧିମାନର ପରିଚୟ ଦେଇଥାନ୍ତି ଏସପିଜି ଯବାନ । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏସପିଜିର ଗଠନ କରାଯାଇଥିଲା ।

publive-image
ଭାରତୀୟ ନୌସେନାର ସବୁଠାରୁ ଘାତକ ଫୋର୍ସ ହେଉଛି ମାର୍କୋସ୍ । ନୌସେନାର ସ୍ପେଶାଲ୍ କମାଣ୍ଡୋ ଭିତରେ ଏମାନଙ୍କ ନାଁ ଆଗ ଆସେ । ଯାହାଙ୍କୁ ଜଳ , ସ୍ଥଳ , ବାୟୁରେ ଲଢେଇ କରିବାର ବିଶେଷ ଟ୍ରେନିଂ ଦିଆଯାଇଥାଏ ।

publive-image
ଏବେ ଆମେ ଆପଣଙ୍କୁ ସେନାର ସବୁଠାରୁ କଠୋର କମାଣ୍ଡୋଙ୍କ ବିଷୟରେ କହିବାକୁ ଯାଉଛୁ । ଗୋରିଲା କମାଣ୍ଡୋ ; ଉଚ୍ଚ ପାହାଡ଼ , ଆବଡାଖାବଡା ରାସ୍ତା , ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲୀ ଜନ୍ତୁଙ୍କ ଭଳି ତିଷ୍ଠି ରହିବାର ତାଲିମ ପ୍ରାପ୍ତ କରିଥାନ୍ତି ଏହି କମାଣ୍ଡୋ । ଗୋରିଲାଙ୍କ ନାଁ ଶୁଣିବା କ୍ଷଣି ଉଗ୍ରବାଦୀଙ୍କ ଦେହରୁ ରକ୍ତ ଶୁଖିଯାଏ । ଜଙ୍ଗଲରେ ଗୋଧୀ , ଝିଟିପିଟି ଭଳି ସରୀସୃପଙ୍କୁ ଛାଡ଼ି ସାପ , କଙ୍କଡ଼ା ଭଳି ସରୀସୃପଙ୍କୁ ଖାଇବାର ସ୍ପେଶାଲ୍ ଟ୍ରେନିଂ ନେଇଥାନ୍ତି ଏହି କମାଣ୍ଡୋ । ଏଭଳି ତାଲିମରୁ ହିଁ ଜାଣିପାରୁଥିବେ ଏହି କମାଣ୍ଡୋ ମାନସିକ ସ୍ତରରେ କେତେ ମଜବୁତ ଥିବେ । ମାତ୍ର କିଛି ସାମଗ୍ରୀ ଦେଇ ଏମାନଙ୍କୁ ଜଙ୍ଗଲରେ ଟ୍ରେନିଂ ପାଇଁ ଛଡ଼ାଯାଇଥାଏ । ଗୋରିଲା କମାଣ୍ଡୋର ଟ୍ରେନିଂ ଦୁନିଆର ସବୁଠାରୁ କଠୋର ଟ୍ରେନିଂ ବୋଲି ମନାଯାଏ ।

publive-image
ଗୋରିଲା କମାଣ୍ଡୋଙ୍କ ପରି ଆଉ ଏକ ଶକ୍ତ ଯବାନ ହେଉଛନ୍ତି ଗୋରଖା ରେଜିମେଣ୍ଟ୍ । ନେପାଳର ହିମାଳୟ ପାଖାପାଖି ଏକ ଜିଲ୍ଲା ରହିଛି ଯାହାର ନାଁ ଗୋରଖା । ନିଜର ବଳୁଆ ଯୋଦ୍ଧାଙ୍କ ପାଇଁ ଏହି ସ୍ଥାନ ଖୁବ୍ ପ୍ରସିଦ୍ଧ । କୁହାଯାଏ , ଏଠାକାର ମା’ମାନେ ଛୁଆକୁ ନୁହଁ ଗୋଟିଏ ଗୋଟିଏ ସିଂହକୁ ଜନ୍ମ ଦିଅନ୍ତି । ପିଲାଟି ବେଳରୁ ହିଁ ଯାହାଙ୍କୁ “ଭୀରୁତାରୁ ଶ୍ରେଷ୍ଠ ମୃତ୍ୟୁକୁ ଆଲିଙ୍ଗନ କରିବା” ଶିକ୍ଷା ଦିଆଯାଇଥାଏ । କୁହାଯାଏ ଯେତେବେଳ ପର୍ଯ୍ୟନ୍ତ ଜଣେ ଗୋରଖା ଚୁପ୍ ଥାଏ ପରିବେଶ ଶାନ୍ତ ରହେ କିନ୍ତୁ ଥରେ ଗୋରଖା ଖୁଖରୀ ଉଠାଇଲେ ରକ୍ତ ନ ବୁହାଇବା ପର୍ଯ୍ୟନ୍ତ ତା ମନ ମାନେ ନାହିଁ । ବନ୍ଧୁକ ନୁହଁ ଖୁଖରୀ ନାମକ ଏକ ଅସ୍ତ୍ର ବ୍ୟବହାର କରିଥାନ୍ତି ଏହି ରେଜିମେଣ୍ଟ୍ । ନେପାଳ ଆର୍ମି , ଭାରତୀୟ ଆର୍ମି ଏବଂ ବ୍ରିଟିଶ୍ ଆର୍ମିକୁ ଗୋରଖା ବ୍ରିଗେଡ୍ ନିଜ ସେବା ଯୋଗାଇଦିଏ ।