କନକ ବ୍ୟୁରୋ : ଦୁନିଆରେ ସବୁଠୁ ଧନୀ ସହର କିଏ ? ଏହି ପ୍ରଶ୍ନ ଉଠିଲେ ଆମେରିକାର ନ୍ୟୁୟର୍କ ସହର କଥା ସାମ୍ନାକୁ ଆସିଥାଏ । ନ୍ୟୁୟର୍କ ସହର ବିଶ୍ୱର ସବୁଠୁ ଧନୀ ସହର ଭାବେ ପରିଗଣିତ ହେଉଛି । ଏକଥା କୌଣସି ମନଗଢା କଥା ନୁହେଁ । ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି । ତେବେ ଭାରତର କୌଣସି ସହର ଏହି ଧନୀ ତାଲିକାରେ ସାମିଲ ଅଛି କି ନାହିଁ ଆସନ୍ତୁ ଜାଣିବା ।

Advertisment

ଆମେରିକାର ନ୍ୟୁୟର୍କ ସିଟିରେ ୩,୪୦,୦୦୦ କୋଟିପତି, ଏବଂ ୫୮ଜଣ ଅରବପତି ଅଛନ୍ତି । ଏହା ଦୁନିଆର ସବୁଠି ଧନି ସହର ଅଟେ । ଏଠାରେ ଦୁନିଆର ସବୁଠୁ ବଡ ଦୁଇଟି ଷ୍ଟକ୍ ଏକ୍ସଚେଞ୍ଜ ରହିଛି ।

ଟୋକିଓ
ଦ୍ୱିତୀୟ ସ୍ଥାନରେ ଆସୁଛି ଟୋକିଓ । ଟୋକିଓରେ ୨,୯୦,୩୦୦ କୋଟିପତି ରହିଥିବା ବେଳେ ୧୪ଜଣ ଅରବପତି ରହିଛନ୍ତି । ଟୋକିଓରେ ଦୁନିଆର ସବୁଠୁ ବଡ ବଡ କମ୍ପାନୀ ରହିଛି । ସେହିପରି ଦ-ବେ-ଏରିଆ’ ତୃତୀୟ ସ୍ଥାନରେ ରହିଛି । ଏଠାରେ ପାଖାପାଖି ୨,୮୫,୦୦୦ କୋଟିପତି ରହିଥିବା ବେଳେ ୬୩ରୁ ଅଧିକ ଅରବପତି ରହିଛନ୍ତି ।

ଲଣ୍ଡନ
ଦିନ ଥିଲା ୨୦୦୦ ମସିହାରେ କୋଟିପତି ସହରମାନଙ୍କ ମଧ୍ୟରେ ଲଣ୍ଡନ ସବୁଠୁ ଉପରେ ଥିଲା । କିନ୍ତି ଗତ ୨୦ବର୍ଷ ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇସାରିଲାଣି । ଧନୀ ତାଲିକାରେ ଲଣ୍ଡନ ବହୁ ତଳକୁ ଖସିଯାଇଥିଲେ ବି ଏବେ ବି ଟପ୍-୧୦ ତାଲିକା ମଧ୍ୟରେ ଆସୁଛି ଲଣ୍ଡନ । ଏଠାରେ ପ୍ରାୟ ୨,୫୮ହଜାର ଲୋକ କୋଟିପତି ଅଟନ୍ତି ।

ସିଙ୍ଗାପୁର
ବ୍ୟବାସାୟ ପାଇଁ ସିଂଗାପୁର ଏକ ଅନୁକୁଳ ସହର । ଏଠାରେ ଅଧିକାଂଶ ବ୍ୟବସାୟୀ ରୁହନ୍ତି । ଏଠାରେ ୨,୪୦.୦୦୦ କୋଟିପତି ରହିଛନ୍ତି ।

ତେବେ ଏହି ତାଲିକାରେ ଭାରତର କୌଣସି ବି ସହର ସ୍ଥାନ ପାଇପାରି ନାହିଁ