କନକ ବ୍ୟୁରୋ: ଆମ ଦେଶରେ ଧନୀ କହିଲେ ଆମ ମନରେ ଆସେ ଅମ୍ବାନୀ-ଅଦାନୀଙ୍କ କଥା । ହେଲେ ଏମାନଙ୍କ ବ୍ୟତୀତ ଆହୁରି ଅନେକ ଧନୀ ରହିଛନ୍ତି ଯାହାଙ୍କ ସମ୍ପତ୍ତି ହଜାର କୋଟି ଟଙ୍କା । ଏହି ଲିଷ୍ଟରେ ଜଣେ କି ଦି ଜଣ ନୁହେଁ ହଜାରରୁ ଅଧିକ ଲୋକ ରହିଛନ୍ତି । ଆଇଆଇଏଫଏଲ ୱେଲଥ ହୁରୁନ ଇଣ୍ଡିଆର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ପ୍ରାୟ ୧୧୯ ସହରରେ ୧୦୦୭ ଜଣ ବ୍ୟକ୍ତିଙ୍କ ୧ ହଜାର କୋଟିର ସମ୍ପତ୍ତି ରହିଛି ।
ମୁକେଶ ଅମ୍ବାନୀ
ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ସହ ଲଗାତାର ୧୦ ବର୍ଷ ହୋଇଯିବ ଶୀର୍ଷରେ ରହିଆସୁଛନ୍ତି । ଗତ ବର୍ଷ ବ୍ୟତୀତ ଏଥର ତାଙ୍କ ସମ୍ପତ୍ତି ୧୦ ପ୍ରତିଶତ ବୃଦ୍ଧି ପାଇଛି । ମୁକେଶ ଅମ୍ବାନୀ କେବଳ ଭାରତ ନୁହେଁ ଏସିଆର ମଧ୍ୟ ଜଣେ ଶ୍ରେଷ୍ଠ ଧନୀ ।
ଗୌତମ ଅଦାନୀ
ଅଦାନୀ ଗ୍ରୁପର ମାଲିକ ଗୌତମ ଅଦାନୀ । ଗତ ୧ ବର୍ଷ ମଧ୍ୟରେ ୧ ହଜାର କୋଟି ଟଙ୍କା ପ୍ରତିଦିନ ହିସାବରେ ଅଦାନୀଙ୍କ ସମ୍ପତ୍ତି ୩,୬୫, ୭୦୦ କୋଟିକୁ ବଢିଛି । ସେହିପରି ଅଦାନୀ ପରିବାରର ସମ୍ପତ୍ତି ୧, ୪୦, ୨୦୦ କୋଟି ଟଙ୍କାରୁ ବଢିକି ୫, ୦୫, ୯୦୦ କୋଟି ଟଙ୍କାରେ ପହଞ୍ଚିଛି । ଏହାସହ ଅଦାନୀ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି ।
ଲକ୍ଷ୍ମୀ ମିତ୍ତଲ
ଏହି ଲିଷ୍ଟରେ ଲକ୍ଷ୍ମୀ ମିତ୍ତଲ ପଞ୍ଚମ ସ୍ଥାନରେ ରହିଛନ୍ତି । ମିତ୍ତଲ ଓ ତାଙ୍କ ପରିବାରର ସମ୍ପତ୍ତି ୧ ବର୍ଷରେ ୧୮୭ ପ୍ରତିଶତ ବଢିଛି । ବର୍ତ୍ତମାନ ତାଙ୍କ ସମ୍ପତ୍ତି ୧, ୭୪,୪୦୦ କୋଟି ଟଙ୍କା ରହିଛି । ୧ ବର୍ଷରେ ସେ ପ୍ରତିଦିନ ୩୧୨ କୋଟି ଟଙ୍କା ଆୟ କରିଛନ୍ତି । ସେ ପ୍ରଥମ ଥର ଏହି ଲିଷ୍ଟରେ ଟପ ୧୦ରେ ରହିଛନ୍ତି ।
ସାଇରସ ପୁନାୱାଲ
ସାଇରସ ପୁନାୱାଲ ଏହି ଲିଷ୍ଟରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସିରମ ଇନଷ୍ଟିଚ୍ୟୁଟର ମାଲିକ ସାଇରସ ପୁନାୱାଲା ଓ ତାଙ୍କ ପରିବାରର ସମ୍ପତ୍ତି ଗତ ୧ ବର୍ଷ ମଧ୍ୟରେ ପ୍ରତିଦିନ ୧୯୦ କୋଟି ଟଙ୍କା ଆୟ କରିଛି । ଏହାରି ମଧ୍ୟରେ ତାଙ୍କ ସମ୍ପତ୍ତି ୭୪ ପ୍ରତିଶତ ବଢି ୧, ୬୩, ୭୦୦ କୋଟି ଟଙ୍କାରେ ପହଞ୍ଚିଛି । କରୋନା ମହାମାରୀ ସମୟରେ ତାଙ୍କ କମ୍ପାନୀ ଭ୍ୟାକ୍ସିନ ନିର୍ମାଣ କରୁଛି । ଯେଉଁଥିପାଇଁ ଏଥିରେ ତାଙ୍କର ନେଟ ୱର୍ଥ ବୃଦ୍ଧି ପାଇଛି ।
ବାୟଜୁ ରବିନ୍ଦ୍ରନ
ବାୟଜୁର ଲର୍ଣ୍ଣିଂ ଆପକୁ ଚଲାଉଥିବା ବାୟଜୁ ରବିଚନ୍ଦ୍ରନଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ସେ ୨୪, ୩୦୦ କୋଟି ଟଙ୍କାର ସମ୍ପତ୍ତି ସହ ଏହି ଲିଷ୍ଟରେ ୬୭ ତମ ସ୍ଥାନରେ ରହିଛନ୍ତି । ଗତ ବର୍ଷଠାରୁ ତାଙ୍କ କମ୍ପାନୀର ୧୯ ପ୍ରତିଶତ ବୃଦ୍ଧି ଘଟିଛି ।
ପୂରା ଲିଷ୍ଟ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ https://iiflwealth.com/sites/default/files/inline-files/IIFL%20Wealth%20Hurun%20India%20Rich%20List%202021.pdf
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/05d48c7b-e00a-4dda-8059-0cd965ddb797_d9badef6.jpg)
/kanak/media/post_attachments/wp-content/uploads/2021/10/jpg-300x225.jpg)
/kanak/media/post_attachments/wp-content/uploads/2021/10/media-handler-300x225.jpg)
/kanak/media/post_attachments/wp-content/uploads/2021/10/20151031092525-2-format2403-300x200.jpeg)
/kanak/media/post_attachments/wp-content/uploads/2021/10/im-188592-300x169.jpg)
/kanak/media/post_attachments/wp-content/uploads/2021/10/Byju-Raveendran-300x169.jpg)