image courtesy - Oneindia
ବରଖା ଦତ୍ତ: ଏନଡି ଟିଭିରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକା ବରଖା ଦତ୍ତଙ୍କ ବାର୍ଷିକ ଦରମା ହେଉଛି ୩.୬ କୋଟି ଟଙ୍କା । ସେ ଦୀର୍ଘ ୨୧ ବର୍ଷ ହେଲା ଏନଡି ଟିଭିରେ ନିଜ ସ୍ଥାନ ବଜାୟ ରଖି ଆସିଥିଲେ କିନ୍ତୁ ୨୦୧୭ ମସିହାରେ ସେ ଚାକିରୀରୁ ବିରତି ନେଇଛନ୍ତି ।
ରଜତ୍ ଶର୍ମା : ନ୍ୟୁଜ୍ ଜଗତର ବରିଷ୍ଠ ଏବଂ ଲୋକପ୍ରିୟ ସାମ୍ବାଦିକ ହେଉଛନ୍ତି ରଜତ୍ ଶର୍ମା । ଶୋ’ ‘ଆପ୍ କି ଅଦାଲତ୍’ ଏବଂ ‘ଆଜ୍ କି ବାତ୍’ ଜରିଆରେ ସେ ଲୋକଙ୍କ ପାଖରେ ପହଞ୍ଚି ପାରିଛନ୍ତି । ଇଣ୍ଡିଆ ଟିଭିର ଚେୟାରମ୍ୟାନ୍ ଏବଂ ଏଡିଟର ଇନ୍ ଚିଫ୍ ହେଉଛନ୍ତି ରଜତ୍ । ରଜତଙ୍କ ବାର୍ଷିକ ଆୟ ହେଉଛି ୩,.୬୦ କୋଟି ଟଙ୍କା ।
ଅଞ୍ଜନା ଓମ୍ କଶ୍ୟପ : ଇଣ୍ଡିଆ ଟୁଡେ ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପଙ୍କୁ ଅବା କିଏ ନ ଜାଣେ । ନିଜ ପ୍ରଶ୍ନର ବାଣରେ ସମସ୍ତଙ୍କ ହୋସ୍ ଉଡାଇ ଦେଉଥିବା ଅଞ୍ଜନା ଆଜ୍ ତକର “ହଲ୍ଲା ବୋଲ୍” କାର୍ଯ୍ୟକ୍ରମରୁ ଖୁବ୍ ଚର୍ଚ୍ଚିତ ହୋଇ ରହିଛନ୍ତି । ଶ୍ୱେତାଙ୍କ ପରି ଅଞ୍ଜନାଙ୍କ ବାର୍ଷିକ ଆୟ ହେଉଛି ୧ କୋଟି ୮୦ ହଜାର ଟଙ୍କା ।ଅର୍ଣ୍ଣବ ଗୋସ୍ୱାମି : ଭାରତୀୟ ସାମ୍ବାଦିକ ପ୍ଲାଟଫର୍ମର ରାଜା କୁହାଯାଉଥିବା ବରିଷ୍ଠ ସମ୍ବାଦିକ ହେଲେ ଅର୍ଣ୍ଣବ ଗୋସ୍ୱାମି । ଦୃଢ ଏବଂ ତର୍କ ସାମ୍ବାଦିକତାର ପ୍ରଶ୍ନ ହେଉଛି ଅର୍ଣ୍ଣବଙ୍କ ପରିଚୟ । ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଚ୍ୟାନେଲ “ରିପବ୍ଲିକ୍”ରେ କାର୍ଯ୍ୟରତ । ତାଙ୍କ ବାର୍ଷିକ ଆୟ ହେଉଛି ୧ କୋଟି ଟଙ୍କା ।ରବିଶ୍ କୁମାର : ରାଜନୀତି ଏବଂ ସମାଜକୁ ନେଇ ସମ୍ବାଦ ପରିବେଶଣ କରୁଥିବା ବରିଷ୍ଠ ସାମ୍ବାଦିକ ହେଉଛନ୍ତି ରବିଶ୍ କୁମାର । ଏନଡି ଟିଭି ଇଣ୍ଡିଆ ଚ୍ୟାନେଲର ସିନିୟର ଏଡିଟର୍ ଭାବରେ ସେ କାର୍ଯ୍ୟରତ । ବାର୍ଷିକ ପାରିଶ୍ରମିକ ବାବଦକୁ ସେ ୨.୧୬ କୋଟି ଟଙ୍କା କମାଇଥାନ୍ତି ।
Follow Us
/kanak/media/post_attachments/wp-content/uploads/2018/04/60773863-300x203.jpg)