ଲାଭକାରୀ ଟୁଥପେଷ୍ଟ୍ ! ଦାନ୍ତ ସଫା କରିବା ବ୍ୟତୀତ ଆଉ କେଉଁ କ୍ଷେତ୍ରରେ ଟୁଥପେଷ୍ଟ୍ ବ୍ୟବହାର କରିବେ ଜାଣନ୍ତୁ ।

Advertisment
ଲାଭକାରୀ ଟୁଥପେଷ୍ଟ୍ ! ଦାନ୍ତ ସଫା କରିବା ବ୍ୟତୀତ ଆଉ କେଉଁ କ୍ଷେତ୍ରରେ ଟୁଥପେଷ୍ଟ୍ ବ୍ୟବହାର କରିବେ ଜାଣନ୍ତୁ ।

image courtesy-Health and Trend

ଟୁଥପେଷ୍ଟକୁ ଆମେ ପ୍ରତିଦିନ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରିଥାଉ। ଟୁଥପେଷ୍ଟକୁ ଦାନ୍ତ ସଫା ବ୍ୟତୀତ ଅନ୍ୟ କାମରେ ପ୍ରୟୋଗ କରାଯାଇଥାଏ ବୋଲି ଖୁବ୍ ଅଳ୍ପ ଲୋକ ଜାଣିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ କାମରେ ଟୁଥପେଷ୍ଟ ବ୍ୟବହାରରେ ଆସିଥାଏ।publive-imageଗାଡ଼ି ଯଦି କୌଣସି କାରଣରୁ ସ୍କ୍ରାଚ ହୋଇଯାଉଛି ତେବେ ଏହାକୁ ଲିଭାଇବା ପାଇଁ ଆମକୁ ସର୍ଭିସ୍ ସେଣ୍ଟରକୁ ଯିବାକୁ ପଡ଼ିଥାଏ। ଏହି ସ୍କ୍ରାଚକୁ ହଟାଇବା ପାଇଁ ସର୍ଭିସ୍ ସେଣ୍ଟର ଆମଠାରୁ ହଜାର ହଜାର ଟଙ୍କା ମଧ୍ୟ ନେଇଥାଏ। କିନ୍ତୁ ୟୁଟୁବରେ ଏମିତି କିଛି ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ଦାବି କରାଯାଉଛି କି ଟୁଥପେଷ୍ଟକୁ ପ୍ରୟୋଗ ଦ୍ୱାରା ଗାଡିରୁ ସ୍କ୍ରାଚ ଦାଗ ହଟାଇ ଦିଆଯାଇଥାଏ।publive-imageପିଲାମାନେ ଘର କାନ୍ଥରେ ଖେଳୁଖେଳୁ ବିଭିନ୍ନ ପ୍ରକାର ରଙ୍ଗ ଲଗାଇ ଦେଇଥାଆନ୍ତି। ଏହି ରଙ୍ଗକୁ ଛଡ଼ାଇବା ପାଇଁ ଟୁଥପେଷ୍ଟ ବ୍ୟବହାର କରାଯାଇଥାଏ। ସେହିପରି ଯଦି ଆପଣଙ୍କ ଧଳା ରଙ୍ଗର ଜୋତା ଅପରିଷ୍କାର ହୋଇଯାଉଛି କି କଳାକଳା ଦାଗ ଦେଖା ଯାଉଛି, ଏପରି କ୍ଷେତ୍ରରେ ଆପଣ ଟୁଥପେଷ୍ଟ ପ୍ରୟୋଗ କରିପାରିବେ। କେବଳ ଏତିକି ନୁହେଁ ମହିଳାମାନେ ତ୍ୱଚାରୁ ବ୍ରଣ ହଟାଇବା ପାଇଁ ଟୁଥପେଷ୍ଟକୁ ବ୍ୟବହାର କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe