ଲାଇସେନ୍ସ ପାଇଁ  ଚାଲିଛି ପାଠପଢ଼ା, ଆରଟିଓ ଅଫିସ୍ ଭିତରକୁ ଯିବା ପୂର୍ବରୁ ଟ୍ରାଫିକ୍ ସଂକେତ ମୁଖସ୍ଥ କରୁଛନ୍ତି ଗାଡ଼ି ଚାଳକ

Advertisment
ଲାଇସେନ୍ସ ପାଇଁ  ଚାଲିଛି ପାଠପଢ଼ା, ଆରଟିଓ ଅଫିସ୍ ଭିତରକୁ ଯିବା ପୂର୍ବରୁ ଟ୍ରାଫିକ୍ ସଂକେତ ମୁଖସ୍ଥ କରୁଛନ୍ତି ଗାଡ଼ି ଚାଳକ

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ଘୋଷା ଚାଲିଛି । ଟ୍ରାଫିକ୍ର କେଉଁ ଚିହ୍ନର ମାନେ କଣ, କେଉଁ ଚିତ୍ର କଣ ଦର୍ଶାଉଛି, ପେପର ଦେଖି ସବୁ ଚିହ୍ନ ଟିକନିକ ମନେ ରଖୁଛନ୍ତି । ପରୀକ୍ଷା କେନ୍ଦ୍ରରେ ଟ୍ରାଫିକ ନିୟମକୁ ନେଇ ପ୍ରଶ୍ନର ଉତର ଦେବା ପୂର୍ବରୁ ବାରମ୍ବାର ମୁଖସ୍ଥ କରୁଛନ୍ତି ଆବେଦନକାରୀ  । ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । ହେଲେ କୌଣସି ସ୍କୁଲ କିମ୍ବା କଲେଜ ପରୀକ୍ଷାଠାରୁ କମ୍ ନୁହଁ । ମନରେ ଫେଲ ହୋଇଯିବାର ଭୟ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆଗରୁ ଏମିତି ନଥିଲା, ଏବେ ପ୍ରଶ୍ନ ଅଧିକ କଡା ହୋଇଯାଇଛି । ସଠିକ ଉତର ନଦେଲେ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ ।

publive-imageଲର୍ଣ୍ଣିଂ ଲାଇସେନ୍ସ ଆବେଦନ ବେଳେ ଚାଳକଙ୍କ ଡ୍ରାଇଭିଂ ଟେଷ୍ଟ ବାଧ୍ୟତାମୂଳକ । ଆଉ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ମନରେ ଭରିଯାଉଛି ଭୟ । ବର୍ଷ ବର୍ଷ ଧରି ଗାଡି ଚଲାଇ ଆସୁଥିବା ଚାଳକଙ୍କ ମଧ୍ୟ ସମାନ ଅବସ୍ଥା । ସକାଳ ୧୦ରୁ ସନ୍ଧ୍ୟା ୫ ଯାଏ ଅଫିସ ଖୋଲାରହେ । ହେଲେ ରାତିରୁ ହିଁ ଆରମ୍ଭ ହୋଇଯାଉଛି ଲାଇନ୍ । ସକାଳୁ ଅଫିସ ଖୋଲିବା ବେଳକୁ କେମିତି ଲାଇନ୍ର ପ୍ରଥମରେ ରହିବେ ଆଉ ତୁରନ୍ତ କାମ ସରିଯିବ, ସେହି ଚିନ୍ତା ଘାରିଛି । ଏସବୁ ଭିତରେ ଦଲାଲକୁ ଝୁରୁଛନ୍ତି ଜନତା । କହିଛନ୍ତି, ଦଲାଲମୁକ୍ତ ହେବା ପରେ ସମସ୍ୟା ଆହୁରି ବଢିଯାଇଛି । ନୂଆ ମୋଟର ଯାନ ଆଇନ୍କୁ ଆଉ ତିନି ମାସ କୋହଳ କରିଦେଇଛନ୍ତି ସରକାର । ତେବେ ଆରଟିଓ ଅଫିସ ଆଗରୁ ଲାଇନ୍ କମିବାର ନାଁ ନେଉନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe