କନକ ବ୍ୟୁରୋ : ନଦୀରେ ଭାସୁଛି ମଲା ମାଛ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ବାହୁଦା ନଦୀ କୂଳରେ ଟନ ଟନ ମଲା ମାଛ ପଡ଼ି ରହିଛି । ଏହି ମାଛ ଗୁଡ଼ିକ ସମୁଦ୍ର ମାଛ ହୋଇଥିବା ବେଳେ ପୂର୍ବରୁ ଏହାକୁ ସମୁଦ୍ରରୁ ହିଁ ଧରାଯାଇଥିଲା । କିନ୍ତୁ ମାଛ ବିକ୍ରି ନ ହେବାରୁ ନଦୀ ନିକଟରେ ଫିଙ୍ଗି ଦିଆଯାଇଛି । ଯାହା ଫଳରେ ବାହୁଦା ନଦୀର ପାଣି ଓ ସମୁଦ୍ର ପାଣି ଦୂଷିତ ହେବାର ଆଶଙ୍କା ରହିଛି । ତେବେ କେଉଁମାନେ ଏଭଳି ନଦୀ ନିକଟରେ ମାଛକୁ ପକାଇଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Advertisment