ଫଳାଫଳ ଘୋଷଣା ପୂର୍ବରୁ ବିଜେପି ସାଂସଦ ଦେଲେ ସଂକେତ । କହିଲେ, ଟୋଙ୍କରୁ ବିଜୟୀ ହୋଇପାରନ୍ତି ସଚିନ ପାଇଲଟ ।

ଫଳାଫଳ ଘୋଷଣା ପୂର୍ବରୁ ବିଜେପି ସାଂସଦ ଦେଲେ ସଂକେତ । କହିଲେ, ଟୋଙ୍କରୁ ବିଜୟୀ ହୋଇପାରନ୍ତି ସଚିନ ପାଇଲଟ ।

କନକ ବ୍ୟୁରୋ : ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି ବିଜେପି ସାଂସଦ ସୁଖବୀର ଜୋନପୁରିଆ । ଚଳିତ ବିଧାନସଭା ନିର୍ବାଚନରେ ଟୋଙ୍କ ଆସନରୁ କଂଗ୍ରେସ ପ୍ରାର୍ଥୀ ସଚିନ ମୈଦାନକୁ ଓହ୍ଳାଇଥିଲେ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ପରାଜୟ ନେଇ ସଂକେତ ଦେଇଛନ୍ତି ସୁଖବୀର । ସେ କହିଛନ୍ତି, ଟୋଙ୍କରେ ଅଳ୍ପସଂଖ୍ୟକଙ୍କ ଭୋଟ ବହୁତ ଅଧିକ । ସେମାନେ ଅନ୍ୟ କାହାକୁ ଭୋଟ ତ ଦେବାର ସମ୍ଭାବନା ନାହିଁ । ଟୋଙ୍କରେ ମୁସଲିମ୍ ଭୋଟ କଂଗ୍ରେସ ପକ୍ଷରେ ଥିବାରୁ ପାଇଲଟଙ୍କ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ସୁଖବୀର ।

ଟୋଙ୍କ ଆସନ ସଚିନ ପାଇଲଟଙ୍କ ପାରମ୍ପରିକ ଆସନ । ଏଠାରେ ଗୁଜ୍ଜର ଓ ଅଳ୍ପସଂଖ୍ୟକ ଭୋଟର କଂଗ୍ରେସର ସବୁଠୁ ବଡ ଭୋଟବ୍ୟାଙ୍କ । ଗୁଜ୍ଜରଙ୍କ ସହ ସଚିନଙ୍କର ବହୁତ ଭଲ ସମ୍ପର୍କ । ତେଣୁ ବିଜେପି ପାଇଁ ଏହି ଆସନ ସବୁବେଳେ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରେ । କାରଣ ଏଠାରେ ଥିବା ଧାର୍ମିକ ଓ ଜାତିଗତ ସମୀକରଣ ବିଜେପି ସପକ୍ଷରେ ରୁହେନି । ଚଳିତ ନିର୍ବାଚନରେ ସଚିନ ପାଇଲଟଙ୍କ ବିପକ୍ଷରେ ବିଜେପି ଅଜିତ୍ ସିଂ ମେହେଟ୍ଟାଙ୍କୁ ମୈଦାନକୁ ଓହ୍ଳାଇଥିଲା । ନିର୍ବାଚନ ପ୍ରଚାର ସମୟରେ ସଚିନଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ଛାଡିନଥିଲେ ଅଜୟ । ଟୋଙ୍କର ସ୍ଥାନୀୟ ବାସିନ୍ଦା ଭାବେ ତାଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ଅଜିତ । ଏହାସହ ସଚିନଙ୍କୁ ବାହାର ଅଞ୍ଚଳର ଲୋକ ବୋଲି କହିଥିଲେ । ଏହାସହ ଅଜୟ କହିଛନ୍ତି, ଗତଥର ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚିତ୍ରଣ କରାଯାଇଥିବାରୁ ଟୋଙ୍କ ବାସିନ୍ଦା ଭୋଟ ଦେଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ସେ ଲାଭ ସଚିନଙ୍କୁ ମିଳିବ ନାହିଁ ।

ଗତ ନିର୍ବାଚନରେ ସଚିନ ପାଇଲଟ ବିଜେପି ପ୍ରାର୍ଥୀ ୟୁନିସ ଖାନଙ୍କୁ ୫୪୧୭୯ ଭୋଟରେ ମାତ୍ ଦେଇଥିଲେ । ଟୋଙ୍କ ଆସନରେ ଅଧିକ ସଂଖ୍ୟକ ମୁସଲିମ, ଗୁଜ୍ଜର, ଓ ଅନୁସୂଚିତ ଜନଜାତି ଭୋଟର ରହିଛନ୍ତି । ଯେଉଁମାନେ କଂଗ୍ରେସର ସବୁଠୁ ବଡ ଭୋଟ ବ୍ୟାଙ୍କ୍ । ସେହିଭଳି ଚଳିତ ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବା ଅଶୋକ ବୈରବା ମଧ୍ୟ ସଚିନ ପାଇଲଟଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ । ଏପରିକି ତାଙ୍କ ପ୍ରଚାର କରିବାକୁ ମଧ୍ୟ ଘୋଷଣା କରିଥିଲେ । ନାମାଙ୍କନପତ୍ର ପ୍ରତ୍ୟାହାର କରିବାର ସମୟ ଶେଷ ହୋଇ ଯାଇଥିବାରୁ ଅଶୋକ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe