ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ଜିଭ। ଏହାଉପରେ ଆମେ ଗୁରୁତ୍ୱ ଦେଇନଥାଉ। କିନ୍ତୁ ଏଥିରେ ସଂକ୍ରମଣ ହୋଇ ଦାଗ ପଡ଼ିବାର ପରିଲକ୍ଷିତ ହୋଇଥାଏ। ଜିଭରେ ଯଦି କଳାଦାଗ ହେଉଥିବ,ତେବେ ଜିଭରେ ଅଦାଖଣ୍ଡକୁ କିଛି ସମୟ ଯାଏଁ ରଖନ୍ତୁ। ଏହାଫଳରେ କଳାଦାଗ ଦୂର ହୋଇଯିବ। ଜିଭର ଯେକୌଣସି ସମସ୍ୟା ଥିଲେ ,ଦୁଇଖଣ୍ଡ ଡାଲଚିନି ଓ ୪ଟି ଲବଙ୍ଗକୁ ପାଣିରେ ଫୁଟାନ୍ତୁ। ସେହି ପାଣିକୁ ଥଣ୍ଡା କରି ପିଅନ୍ତୁ,ଦେଖିବେ ଜିଭରେ ଥିବା ଦାଗ ଦୂର ହୋଇଯିବ। ଯେତେବେଳେ ଜିଭ ଲାଲ୍ ରଙ୍ଗ ହୋଇଥାଏ,ସେତେବେଳେ ଜାଣନ୍ତୁ ପାଚନତନ୍ତ୍ରରେ କିଛି ସମସ୍ୟା ଅଛି। ଯଦି ଜିଭରେ ନୀଳ ବା କଳା ଦାଗ ଅଛି,ତେବେ ସଂକ୍ରମଣର ଆଶଙ୍କା ରହିଛି।
ଏଥିରୁ ରକ୍ଷା ପାଇବା ଲାଗି ପାଣିରେ ନିମ୍ବ ପତ୍ରକୁ ଫୁଟାଇ ସେହି ପାଣିରେ କୁଳୁକୁଞ୍ଚା କରିବାକୁ ପଡ଼ିଥାଏ। ଯଦି ଜିଭରେ କଳାଦାଗ ହୋଇଛି ଏବଂ ସେଥିରୁ ରକ୍ଷା ପାଇବାକୁ ହେଲେ ପ୍ରତିଦିନ ଗୋଟିଏ ସପୁରି ଖାଆନ୍ତୁ। ସପୁରି ଖାଇବା ପରେ ଜିଭରେ ଥିବା ଦାଗ ଦୂର ହୋଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/burning_tongue.jpg)
/kanak/media/post_attachments/wp-content/uploads/2018/12/Header-Tongue-Health-e1435088362856-300x132.jpg)