କନକ ବ୍ୟୁରୋ: ରାତି ପାହିଲେ ବଡଭାଇ ଓ ଉଉଣୀଙ୍କ ସହ ବଡଦାଣ୍ଡକୁ ଓହ୍ଲାଇଆସିବେ ବଡଠାକୁର । ଏଥିପାଇଁ ଚଳଚଂଚଳ ହୋଇଛି ପୁରୀ ।  ରଥ ଓ ପଥ ପ୍ର୍ସ୍ତୁତ ହୋଇ ରହିଛି । କାଲି ରଥ ଉପରେ ତିନିଠାକୁରଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି  ଟ୍ରାଫିକ କଟକଣା ଜାରି କରାଯାଇଛି ।

Advertisment

ଭୁବନେଶ୍ୱରରୁ ଆସୁଥିବା ପାସେଞ୍ଜର ବସ୍  

ଆଜି ମଧ୍ୟରାତ୍ରିରୁ  ପୁରୀରୁ ଆସୁଥିବା ବସ, କ୍ୟାଂଟର, ମୋ ବସ ଓ ରାଜ୍ୟପରବିହନ ନିଗମର ବସ ପୁରୀ ବସଷ୍ଟାଣ୍ଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହିଗାଡିଗୁଡିକ ମାଳତୀପାଟପୁର ଓଭରବ୍ରିଜ, ତୋଷାଳୀ ସ୍ୟାଣ୍ଡ, ଗ୍ରୀଡ ଷ୍ଟେସନ ଛକ  ଓ ଭୁଦାନ ଛକ ଦେଇ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡରେ ରହିବ ।

-ସେହିଭଳି ଫେରିବାବେଳେକୁ ସେଂଟ୍ରଲ ସ୍କୁଲ ଛକ, ଭୁବନ ଛକ, ଗ୍ରୀଡ ଷ୍ଟେସନ ଛକ , ବାଲିଘାଟ, ଗୋପାଳପୁର , ବୀରହରେକୃଷ୍ଣପୁର ବଜାର  ଓ ବାଟଗାଁ ଦେଇ ଜାତୀୟ ରାଜପଥକୁ ବାହାରିବ

ବ୍ରହ୍ମଗିରି ପଟୁ ଆସୁଥିବା ବସ୍

ବ୍ରହ୍ମଗିରିରୁ ଆସୁଥିବା ପାସେଞ୍ଜର ବସ ଗୁଡିକ ମଙ୍ଗଳହାଟ ଦେଇ ଫ୍ଲୋରିସ ଇଣ୍ଡିଆରେ ପାର୍କିଂ କରିବ । ଆଉ ସେହି ରୁଟ ଦେଇ ବ୍ରହ୍ମଗିରି ଫେରିବ ।

କୋଣାର୍କ ପଟୁ ଆସୁଥିବା ବସ

କୋଣାର୍କ ପଟୁ ଆସୁଥିବା ଗାଡି ଗୁଡିକ  ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ପାର୍କି ସ୍ଥାନକୁ ଯିବ । ସେହିଭଳି ସେଂଟ୍ରାଲ ସ୍କୁଲ, ଭୁଦାନ, ଗ୍ରୀଡ ଷ୍ଟେସନ  ଓ ବାଇଦାସ ନଗର ଛକ ଦେଇ ପ୍ରତ୍ୟାବର୍ତନ କରିବ

ଦୁଇଚକିଆ ଯାନ

ଭୁବନେଶ୍ୱରରୁ ଆସୁଥିବା ଦୁଇଚକିଆ ଯାନ ବାଟଗାଁରୁ ପୁରୀ ବାଇପାସ ଦେଇ  ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥାନ, ମାଟିତୋଟା  ପାର୍କିଂ ସ୍ଥାନ ଓ ମାଶାଣିଚଣ୍ଡୀରେ ପାର୍କିଂ କରିବେ

ଜଗନ୍ନାଥବଲ୍ଲଭ  ଓ ମଶାଣିଚଣ୍ଡୀରେ ଥିବା ଦୁଇଚକିଆ ଯାନ କୁମ୍ଭାରପଡା ଥାନା, ଅଠରନଳା, ବାଟମଙ୍ଗଳା ଓ ହରେକୃଷ୍ଣପୁର ଦେଇ ଦେଇ ଏନଏଚ-୩୧୬ରେ ବାହାରିବ

ବ୍ରହ୍ମଗିରି ପଟୁ ଆସୁଥିବା ଦୁଇଚକିଆ ଯାନ  ଜଗନ୍ନାଥ ବଲ୍ଲଭ ଓ ମଶାଣିଚଣ୍ଡୀ ପାର୍କିଂ ସ୍ଥାନରେ ରହିବ ଓ ସେହିପଟେ ହିଁ ଫେରିବ

କୋଣାର୍କରୁ ଆସୁଥିବା ଦୁଇଚକିଆ ଯାନ ଗ୍ରୀଡ ଷ୍ଟେସନ , ସିଟି ରୋଡ ଦେଇ  ବ୍ଲୁ ଫାଗ ବିଚରେ ପାର୍କିଂ କରିବେ । ଏଠାରେ ସ୍ଥାନ ନ ମିଳିଲେ  ହୋଟେଲ ନୀଳାଚଳ ଅଶୋକର ପାର୍କିଂ ସ୍ଥାନରେ ପାର୍କିଂ କରିବେ । ଆଉ ସେହି ରୁଟରେ ପ୍ରତ୍ୟାବର୍ତନ କରିବେ ।

ଆଜି ମଧ୍ୟରାତ୍ରିରୁ ଏହି ସବୁ କଟକଣା ଲାଗିହେବ । ରାତି ପାହିଲେ ରଥଯାତ୍ରା ଥିବାରୁ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି ।