କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା ମହାମାରୀ । ଦିନକୁ ଦିନ ରାଜ୍ୟରେ ଚିହ୍ନଟ ହେଉଛନ୍ତି ରେକର୍ଡ ସଂଖ୍ୟକ ସଂକ୍ରମିତ । କାଲିର ରେକର୍ଡ ଆଜି ଭାଙ୍ଗିଲା ଭଳି ରାଜ୍ୟରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷ ଛୁଉଁଛି । ଗତ ସପ୍ତାହେ ହେଲା ରାଜ୍ୟରେ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଠାବ ହେଉଥିବା ବେଳେ ଦୁଇ ଦିନ ହେବ ୩ହଜାର ଉପରେ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ ।  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯୦ ହଜାର ପାର କଲାଣି । ତେବେ ଆଜି ମଧ୍ୟ ସାରା ଓଡିଶାରୁ ୩୩୮୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

Advertisment

ଆଜି ରାଜ୍ୟରେ ସର୍ବାଧିକ ୩୩ ଶହ ୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୧ ଶହ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୨୧୨୮ ଜଣ ହେଉଛନ୍ତି ଲୋକାଲ୍ କେସ୍ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୯୦ ହଜାର ୯୮୬କୁ ବୃଦ୍ଧି ପାଇଛି । ସେହିପରି ଦିନିକିଆ ସଂକ୍ରମଣ ମାମଲାରେ ଗଂଜାମକୁ ଟପିଚାଲିଛି ଖୋର୍ଧା । ଆଜି ବି ଖୋର୍ଧାରେ ସର୍ବାଧିକ ୫୮୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୧୭୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱରରୁ ୧୧୯ ଜଣ, ବରଗଡରୁ ୧୫୭ ଜଣ, ଗଂଜାମରୁ ୧୭୭ ଜଣ, ଯାଜପୁରରୁ ୧୭୬ ଜଣ, ମୟ୍ରୁରଭଂଜରୁ ୧୭୭ ଜଣ, ରାୟଗଡ଼ାରୁ ୧୫୪ ଜଣ, ପୁରୀରୁ ୧୨୧ ଜଣ, ସମ୍ବଲପୁରରୁ ୧୮୨ , ସୁନ୍ଦରଗଡାରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୩ ଜଣ, ଭଦ୍ରକରୁ ୮୨ ଜଣ, ବଲାଙ୍ଗୀରରୁ ୯୯ ଜଣ, ଢେଙ୍କାନାଳରୁ ୬୦, ଦେବଗଡରୁ ୧୬, ଗଜପତିରୁ ୯, କେନ୍ଦୁଝରରୁ ୬୩, କୋରାପୁଟରୁ ୮୯,ମାଲାକାନଗିରିରୁ ୪୪ , ନବରଙ୍ଗପୁରରୁ ୩୧, କେନ୍ଦ୍ରାପଡାରୀୁ ୭୬, କନ୍ଧମାଳରୁ ୫୮, ଜଗତସିଂହପୁରରୁ ୪୩ ଜଣ ଆକାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ରେ ପହଚିଂଛି । ଏଯାଏ ୬୨ ହଜାର ୮୧୩ ଜଣ ସୁସ୍ଥ ହୋଇଥିବା ବେଳେ ୨୭ ହଜାର ୬୭୨ ଜଣ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ।