ଆସନ୍ତା କାଲି କୃଷକ କରିବେ ଭାରତ ବନ୍ଦ । ସକାଳ ୬ ରୁ ସଂନ୍ଧ୍ୟା ୬ ଯାଏ ବନ୍ଦ ରହିବ ଏହିସବୁ ସେବା । ବନ୍ଦକୁ ସଫଳ କରିବାକୁ ଦେଶବାସୀଙ୍କୁ କୃଷକ ନେତାଙ୍କ ଆହ୍ୱାନ
କନକ ବ୍ୟୁରୋ : ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ବିଲକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା କାଲି ଏହି ଆନ୍ଦୋଳନକୁ ୪ ମାସ ପୁରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତା କାଲି ସକାଳ ୬ ରୁ ସନ୍ଧ୍ୟା ୬ ଟା ଯାଏ ଏହି ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ପୁରା ଦେଶରେ ସଡକ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୂୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କୃଷକ ନେତା ଦର୍ଶନ ପାଲ କହିଛନ୍ତି କି ‘ଏହି ଆନ୍ଦୋଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ’ । ଅନ୍ୟପଟେ କୃଷକ ନେତା ବୁଟାସିଂ ବୂୁର୍ଜଗିଲ କହିଛନ୍ତି କି ଆନ୍ଦୋଳନକୁ ୪ ମାସ ପୁରିଲାଣି । ସରକାର ଏନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକ ମାନଙ୍କୁ କହିଛନ୍ତି । ଏହାସହ ମାର୍ଚ୍ଚ ୨୮ ତାରିଖ ଦିନ ହୋଲିକା ଦହନ ଅବସରରେ କୃଷି ଆଇନର ପ୍ରତୀକାତ୍ମକ ଛବି ଦହନ କରାଯିବ ବୋଲି ସେ କହିଛନ୍ତି ।
କାଲି ଭାରତବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନ ମାନେ ସମର୍ଥନ ଜଣାଇଥିବା ବେଳେ ପ୍ରଥମଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି କି ଏହି ବନ୍ଦ ପାଳନ ଦିନ ୧ ଟା ପର୍ଯ୍ୟନ୍ତ ପାଳନ କରାଯିବ । ଦିନ ୧ ଟା ପରେ ସବୁ ସରକାରୀ ସଂସ୍ଥାନ ଖୋଲା ରହିବ ଓ ଆରଟିସି ବସ୍ ଚାଲିବ ।