ଆସନ୍ତାକାଲି ହେବ ହାଇଦର ମୃତଦେହର ପୋଷ୍ଟମର୍ଟମ । ବ୍ୟବଚ୍ଛେଦ ହେବା ପରେ ମରଶରୀରକୁ ପରିବାର ହାତକୁ ହେବ ହସ୍ତାନ୍ତର ।

417

କନକ ବ୍ୟୁରୋ: ଆଜି ପୋଲିସ ଗୁଳିରେ ଟଳିପଡିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦର । ସିମୁଳିଆ ଅଞ୍ଚଳରେ ଫେରାର୍ ହେବା ସମୟରେ ପୋଲିସ ଗୁଳିରେ ହାଇଦରର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ, ହାଇଦରର ମୃତଦେହର ଆସନ୍ତାକାଲି ପୋଷ୍ଟମର୍ଟମ ହେବ ।

ହାଇଦରକୁ ଆଜି କଟକ ଚୌଦାର ଜେଲରେ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ଅଧାବାଟରେ ସେ ପରିସ୍ରା କରିବାକୁ ଜିଦ୍ କରିଥିଲା । ତେବେ ପରିସ୍ରା ପାଇଁ ତଳକୁ ଓହ୍ଲାଇବା ସମୟରେ ସେ ଫେରାର୍ ହେବାକୁ ଚେଷ୍ଟା କରିଥିଲା । ଆଉ ପୋଲିସ ହାଇଦରକୁ ଧରିବାକୁ ଯାଇ ଗୁଳି ମାରିଥିଲା । ଯାହାକି ତା ପେଟରେ ବାଜିଥିଲା । ତେଣୁ ହସ୍ପିଟାଲରେ ଆଜି ତାର ମୃତ୍ୟୁ ହୋଇଛି ।

ଅନ୍ୟପଟେ ହାଇଦର ପତ୍ନୀ ଏହି ମୃତ୍ୟୁ ଘଟଣାରେ ପୋଲିସକୁ ଦାୟୀ କରିଛି । ପୋଲିସ ଜାଣିଶୁଣି ହାଇଦରକୁ ମାରିଛି ବୋଲି ସେ କହିଛନ୍ତି । ଏହାସହ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଡେଡବଡି ଦରକାର ବୋଲି ସେ ଦାବି କରିଛନ୍ତି । ଏବଂ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ପୋଷ୍ଟମର୍ଟମ ହେବା ପରେ ଶବକୁ ପରିବାର ହାତକୁ ସ୍ଥାନାନ୍ତର କରାଯିବ ।