ଲଖିମପୁର ଖେଳି କୃଷକ ହତ୍ୟା ଘଟଣା : ଆସନ୍ତାକାଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୬ ଘଂଟିଆ ରେଳରୋକ, ସମର୍ଥନ ଜଣାଇଲା କଂଗ୍ରେସ

91

କନକ ବ୍ୟୁରୋ : ଉତରପ୍ରଦେଶ ଲଖୀମପୁର ଖେରୀରେ କୃଷକଙ୍କୁ ଗାଡି ଚଢାଇ ହତ୍ୟା, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ କୃଷକ ବିରୋଧୀ ୩ କଳା ଆଇନକୁ ପ୍ରତ୍ୟାହାର ଦାବି । ଆସନ୍ତାକାଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୬ ଘଂଟିଆ ରେଳରୋକ ଡାକରା ଦିଆଯାଇଛି ।
ଏହି ରେଳରୋକକୁ ଜାତୀୟ କଂଗ୍ରେସ ସମର୍ଥନ କରିବା ପାଇଁ ନିଷ୍ପତି ନେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦେଶରେ କୃଷକ-ଶ୍ରମିକ ମାରଣନୀତି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା ଆଦି ପାଇଁ କେନ୍ଦ୍ରର ମୋଦି ସରକାର ଦାୟୀ । ଏଥିପାଇଁ ଜିଲ୍ଲାସ୍ତରରେ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟବ୍ୟାପୀ ରୋଳରୋକକୁ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲା ସଭାପତିକୁ ପତ୍ର ଲେଖାଯାଇଛି ।