କାଲି ଭୋଟଗଣତି । ରାଜ୍ୟର ୨୧ ଲୋକସଭା ସମେତ ୧୪୬ ବିଧାନସଭା ଆସନରେ ସକାଳ ୮ଟାରୁ ହେବ କାଉଣ୍ଟିଂ 

କାଉଂଟି ପାଇଁ କାଉଂଟଡାଉନ

258
କନକ ବ୍ୟୁରୋ : କାଉଂଟି ପାଇଁ କାଉଂଟଡାଉନ ।  କାଲି ସାଧାରଣ ନିର୍ବାଚନର ଭୋଟଗଣତି । ଦେଶର ୫୪୩ ଲୋକସଭା ଆସନର ଭୋଟଗଣତି ହେବ ।  ରାଜ୍ୟର ୨୧ଟି ଲୋକସଭା  ସମେତ ୧୪୬ଟି  ବିଧାନସଭା ପାଇଁ ଭୋଟଗଣତି ହେବ । ସକାଳ ୮ରୁ ଭୋଟଗଣତି ହେବ । ରାଜ୍ୟର ମୋଟ ୬୩ଟି ସ୍ଥାନରେ ଭୋଟଗଣତି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି ।   ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ  ୫ଟି ଲେଖାଁଏ ବୁଥର ଭିଭିପାଟ ଚିରକୁଟ ଗଣାଯିବା ବ୍ୟବସ୍ଥା ଥିବାରୁ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ  । ମୋଟ  ୫ ହଜାର ୭ ଶହ କର୍ମଚାରୀ ଭୋଟଗଣତି କାମରେ ନିୟୋଜିତ ହେବେ ।
image courtesy – Business Today

ପ୍ରତି ହଲରେ ଅନ୍ୟୁନ ୭ଟି ଟେବୁଲ ବିଧାନସଭା ପାଇଁ ଓ ୭ଟି ଲୋକସଭା ଇଭିଏମ ଗଣତି କରିବାକୁ ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଟିଂ ସହାୟକ ଓ ଜଣେ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ  ଭୋଟଗଣତି  କେନ୍ଦ୍ରରେ  ସିସିଟିଭି ସମେତ ଭିଡିଓଗ୍ରାଫି କରାଯିବ ।  ଇଭିଏମ ଓ ଭିଭିପାଟକୁ କଡା ସୁରକ୍ଷା ମଧ୍ୟରେ ମତଗଣନା କେନ୍ଦ୍ରକୁ ଅଣାଯିବ ।