କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଛି ମହାରାଷ୍ଟ୍ର ସରକାରଙ୍କ ଭାଗ୍ୟ । କାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ବୋଲି ରାଜ୍ୟପାଳ କହିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଉଦ୍ଧବ ସରକାର । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ କଣ କଣ ବିକଳ୍ପ ରହିବ ତା ଉପରେ ନଜର ପକାଇବା ।
ପ୍ରଥମ ବିକଳ୍ପ
-ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନାକଲେ ଫ୍ଲୋର ଟେଷ୍ଟ ପାଇଁ ସବୁଜ ସଂକେତ ମିଳିଯିବ
- ୩୯ ବିଧାୟକ ସିନ୍ଦେଙ୍କ ସାଙ୍ଗରେ ଥିବାରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ କରିବା ଉଦ୍ଧବଙ୍କ ପାଇଁ କଷ୍ଟକର ହୋଇପଡିବ
- ୩୯ ବିଦ୍ରୋହୀ ବିଧାୟକଙ୍କ ସହ ମହା ବିକାଶ ଅଘାଡିର ଏକାଧିକ ବିଧାୟକ ମଧ୍ୟ ସିନ୍ଦେ ଗୋଷ୍ଠୀରେ ଥିବା ନଜର ଆସୁଛନ୍ତି
ଦ୍ୱିତୀୟ ବିକଳ୍ପ
- ସୁପ୍ରିମକୋର୍ଟ ଯଦି ଉଦ୍ଧବ ସରକାରଙ୍କ ଯୁକ୍ତିରେ ସମ୍ମତ ହୁଅନ୍ତି ତାହାହେଲେ ସିନ୍ଦେ ଗୋଷ୍ଠୀର ସମସ୍ୟା ବଢିଯିବ
- ଏପରି ହେଲେ ପ୍ରଥମେ ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
- ୧୬ ବିଧାୟକ ମୁମ୍ବାଇ ଫେରିବାକୁ ବାଧ୍ୟହେବେ ଏବଂ ସରକାର ବଂଚାଇବାକୁ ଉଦ୍ଧବଙ୍କୁ ସମୟ ମିଳିଯିବ
ତୃତୀୟ ବିକଳ୍ପ
- ବୁଧବାର ପରିବର୍ତେ ଅନ୍ୟ ଦିନରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାପାଇଁ କହି ପାରନ୍ତି ସୁପ୍ରିମକୋର୍ଟ
-କିଛିଦିନର ଅବଧି ଦେଲେ ଉଦ୍ଧବଙ୍କୁ ସରକାର ବଂଚାଇବା ପାଇଁ ଅଧିକ ସମୟ ମିଳିଯିବ
ଚତୁର୍ଥ ବିକଳ୍ପ
- ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ଉପରେ ସଂପୂର୍ଣ୍ଣ ରୋକ ଲଗାଇ ଦେଲେ ରାଜ୍ୟପାଳ, ବିଜେପି ଓ ସିନ୍ଦେ ଗୋଷ୍ଠୀକୁ ଝଟକା ଲାଗିବ
- ବିଚାର କରିବା ପାଇଁ ସମୟ ମାଗିଲେ ଉଦ୍ଧବ ସରକାରଙ୍କୁ ଫାଇଦା ଓ ସଂଖ୍ୟା ଯୋଗାଡ ପାଇଁ ସମୟ ମିଳିବ