ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ନେଇପାରିବେ ଟିକା । ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ଟିକା ପାଇଁ ଦେବାକୁ ପଡିବ ଅଢ଼େଇ ଶହ ଟଙ୍କା ।

136
କନକ ବ୍ୟୁରୋ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ କାଲିଠାରୁ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ହେଉଛି, ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ଅବଶ୍ୟ ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ମଧ୍ୟ ଟିକାକରଣ କରାଯିବ ।
ପଢ଼ନ୍ତୁ କେମିତି ହେବ ଟିକାକରଣ?
ଟିକା ନେବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଆଗୁଆ ପଂଜିକରଣ କରିବେ
କୋୱିନ୍-୨ ପୋର୍ଟାଲରେ ନାଁ ଓ ମୋବାଇଲ୍ ନମ୍ବର ଦେଇ ପଂଜିକୃତ କରିବାକୁ ହେବ
ଓଟିପି ଆସିବା ପରେ ପରିଚୟ ପତ୍ରର ବିବରଣୀ ଦେବେ
ଜନ୍ମ ତାରିଖ ଓ ଲିଙ୍ଗ ସଂପର୍କରେ ଜଣାଇବେ
ସବୁ ତଥ୍ୟ ଦେବା ପରେ ସ୍ୱୀକୃତି ପତ୍ର ମିଳିବ
କେଉଁଠି ଟିକା ନେବେ, ପୋର୍ଟାଲରେ ଥିବା ଡାକ୍ତରଖାନାର ତାଲିକାରୁ ବାଛିବାକୁ ହେବ
ଏହାପରେ ଟିକା ନେବା ତାରିଖ ଓ ସମୟ ସଂପର୍କରେ ମୋବାଇଲକୁ ମେସେଜ୍ ଆସିବ
ଉଭୟ ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ହସପିଟାଲରେ କରୋନା ଟିକା ଦିଆଯିବ । ଉଭୟ ଅନ୍ଲାଇନ୍ ଓ ଅନ୍ସାଇଟ୍ରେ ପଂଜିକରଣ କରିହେବ । କାଲି ପଂଜିକରଣ ପାଇଁ କୋ-ୱିନ୍ ପୋର୍ଟାଲ ଖୋଲିବ । ୪୫ରୁ ୫୯ ବର୍ଷର ବ୍ୟକ୍ତି ଯେଉଁମାନେ ଜଟିଳ ରୋଗରେ ପୀଡ଼ିତ ଜଣେ ଡାକ୍ତରଙ୍କ ଠାରୁ ପ୍ରମାଣ ପତ୍ର ଦେବାକୁ ହେବ ।
ପଢ଼ନ୍ତୁ …କେଉଁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଦିଆଯିବ ଟିକା?
୨୦ ପ୍ରକାର ରୋଗର ତାଲିକା କରାଯାଇଛି
ଏଥିରେ ରହିଛି ହୃଦ ରୋଗ, ରକ୍ତଚାପ, ଡାଇବେଟିସ୍ , କିଡନୀ, ଲିଭର, ସିରୋସିସ୍, ଶ୍ୱାସ ରୋଗ,
ରକ୍ତହୀନତା, କର୍କଟ, ଏଚ୍ଆଇଭି ଆଦି ରୋଗ
ସରକାରୀ ଡାକ୍ତରଖାନାରେ ଟିକା ମାଗଣାରେ ଦିଆଯିବ । କିନ୍ତୁ ଘରୋଇ ଡାକ୍ତରଖାନାରେ ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରଥମ ଡୋଜ୍ ଓ ଦ୍ୱିତୀୟ ଡୋଜ୍ ମିଶାଇ ଦିଆଯାଇଛି ମୋଟ ୧ କୋଟି ୩୪ ଲକ୍ଷ ୭୨ ହଜାର ଟିକା । ସେହିପରି ରାଜ୍ୟରେ ୬ ଲକ୍ଷ ୧୨ ହଜାର ଡୋଜ୍ ଟିକା ଦିଆସରିଛି । ବାକି ଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ମଧ୍ୟ ସମାନ୍ତରାଳ ଭାବେ ଜାରି ରହିବ ।