ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ । କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା ।

227

କନକ ବ୍ୟୁରୋ : ସରକାରଙ୍କ ଅନୁମତି ପରେ ଦୀର୍ଘ ୮ ମାସ ପରେ ଖୋଲିବାକୁ ଯାଉଛି ବିଦ୍ୟାଳୟ ଓ କଲେଜ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ୟୁନିଟ ୯ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କୋଭିଡ ଗାଇଡଲାଇନ ପାଳନ କରି ବିଦ୍ୟାଳୟରେ ପାଠପଢା ହେବ । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରାଯିବ ।

ସ୍କୁଲ ପ୍ରବେଶ ପଥରେ ହ୍ୟାଣ୍ଡ ୱାସ ରହିବ
ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନଂ କରାଯିବ
ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ
ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇଛି

ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି । ସକାଳ ୮ଟା ୧୫ରୁ ଅପରାହ୍ନ ୪ଟା ଯାଏଁ କଲେଜ ଖୋଲା ରହିବ । ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଶହେ ଦିନ ଭିତରେ ସିଲାବସ ସାରିବାକୁ ଅଧ୍ୟାପକଙ୍କ ଆଗରେ ଟାର୍ଗେଟ ରହିଛି ।

ଜାନୁୟାରୀ ୮ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ କୋଭିଡ ଗାଇଡଲାଇନ ପାଳନ କରି ଖୋଲିବାକୁ ଯାଉଛନ୍ତି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢା ହେବ ।