କନକ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ ଏପ୍ରିଲ ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ହେଉଛି । ଏନେଇ ପୁରୀ ଏସିପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି । ଭଣ୍ଡାର ଘର ସ୍ଥିତି ଯାଞ୍ଚ ପାଇଁ ୧୦ ଜଣିଆ ଟିମ୍ ରତ୍ନଭଣ୍ଡାର ଘର ଭିତରକୁ ଯିବେ । ଶ୍ରୀଜିଉଙ୍କ ମଧ୍ୟାହ୍ଣ ଧୂପ ଓ ଭୋଗ ମଣ୍ଡପ ଉଠିବା ପରେ ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୁଚନା ମୂତାବକ ମଧ୍ୟାହ୍ଶ ପ୍ରାୟ ୨ଟା ବେଳକୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ।

Advertisment

publive-imageସୂଚନାଯୋଗ୍ୟ, ଗତକାଲି ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ଉଠିବା ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଭଣ୍ଡାର ଭିତରକୁ ପୂର୍ବ-ନିର୍ଦ୍ଧାରିତ ଏକ ୧୦ ଜଣିଆ ଟିମ୍ ଯିବେ। ରତ୍ନଭଣ୍ଡାରକୁ ଯିବା ସମୟରେ ଯାଞ୍ଚଦଳର ସଦସ୍ୟମାନେ କେବଳ ଧୋତି ଗାମୁଛା ପିନ୍ଧିବେ। ସେମାନଙ୍କ ଶରୀରରେ କୌଣସି ଅଳଙ୍କାର କିମ୍ବା ଧାତୁ ଦ୍ରବ୍ୟ ରହିବ ନାହିଁ। ସେମାନଙ୍କ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରାଯିବା ସହିତ ବଡି ସ୍କାନିଂ ହେବା ପରେ ରତ୍ନଭଣ୍ଡାର ଭିତରୁ ଛଡ଼ା ଯିବ।

ଯାଞ୍ଚ ସମୟରେ ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ। ୨ଟି ପ୍ଲାଟୁନ୍ ପୁଲିସ ମନ୍ଦିର ଭିତରେ ଓ ୨ ପ୍ଲାଟୁନ୍ ବାହାରେ ମୁତୟନ ହେବେ । ଏହି ସମୟରେ ଅର୍ଥାତ୍ ୨ ଘଣ୍ଟା କାଳ ସାଧାରଣ ଦର୍ଶନ ମନ୍ଦିର ରହିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଭିତର ସ୍ଥିତିର ଭିଡିଓଗ୍ରାଫି ହେବ, କିନ୍ତୁ କୌଣସି ଅଳଙ୍କାର ଭିଡିଓଗ୍ରାଫି କରାଯିବ ନାହିଁ। ଏ ନେଇ ବିଶେଷ ଧ୍ୟାନ ରଖାଯାଇଛି ।ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯାଞ୍ଚ କରିବା ପରେ ଏଏସଆଇର ବିଶେଷଜ୍ଞମାନେ ତତ୍କାଳ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

publive-imageଅନ୍ୟପଟେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ପୁଣି ଉଠଛି ନୂଆ ଦାବି । ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମୀଳନି । ଗଜପତିଙ୍କ ପ୍ରତିନିଧି ବଦଳରେ ନିଜେ ଗଜପତି ଉପସ୍ଥିତ ରହି ରତ୍ନଭଣ୍ଡାରର ଯାଂଚ କରିବାକୁ ଦାବି କରିଛନ୍ତି ସମ୍ମିଳନୀର ସମ୍ପାଦକ କାଶିନାଥ ଖୁଂଟିଆ । ରତ୍ନଭଣ୍ଡାରର ସ୍ଥିତି ପରଖିବାକୁ ୧୦ ଜଣିଆ ସ୍ୱତନ୍ତ୍ର ଦଳ ଯିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଥିଲେ ଭିତରକୁ ଯାଉଥିବା ବ୍ୟକ୍ତି ସ୍ୱତ୍ୱଲିପିର ବ୍ୟବସ୍ଥା ଓ ଶ୍ରୀମନ୍ଦିର ଆଇନ୍ ଅନୁସାରେ କାର୍ଯ୍ୟ କରିବେ । ଏହାପରେ ସେମାନେ ରିପୋର୍ଟ ଜରିଆରେ ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିବେ ।