କାଲିଠୁ ଜଗା ଦର୍ଶନ କରିବେ ପୁରୀବାସୀ : ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ , ଟୋକନ ପରିଚୟ ପତ୍ରର କରାଯିବ ଯାଂଚ । ପୁଲିସ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

71

ଆସନ୍ତାକାଲିଠୁ କାଳିଆ ଦର୍ଶନ କରିବେ ପୁରୀ ବାସୀ । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ । ଏଥିପାଇଁ ପୁଲିସ ପକ୍ଷରୁ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟୋକନ ପରିଚୟ ପତ୍ରର ଯାଂଚ କରାଯିବ । କ୍ୟୁଓସ୍କ ମାଧ୍ୟମରେ ଭକ୍ତ ଫଟୋଗ୍ରାଫି ହେବ । କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତର ଦ୍ୱାର ଦେଇ କରିବେ ପ୍ରସ୍ଥାନ । ଏଥିପାଇଁ ନିୟୋଜିତ ହେବେ ବ୍ୟାପକ ପୁଲିସ । ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜ କରିବେ । ସ।।ମଜିକ ଦୂରତା ରକ୍ଷା କରିବେ । ସୁରକ୍ଷା ନେଇ ମୋଟ ୧୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଏଥିରୁ କେବେଳ ୩ ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ ଶ୍ରୀମନ୍ଦିର । ଦସ୍ୱବକ୍ସଚ୍ଚ ଅତିରକ୍ତ ଏସପି, ୬ ଜଣ ଡିଏସପି, ଓ ୯ ଜଣ ଆଇଆଇସି ମୁତୟନ ହେବେ । ଏସଓପି କଡାକଡି ଭାବେ ପାଳନ କରାଯିବ ବୋଲି କେନ୍ଦ୍ରାଂଚଳ ଡିଆଇଜି ସୂଚନା ଦେଇଛନ୍ତି । ୯ ମାସ ପରେ ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ ଆସନ୍ତାକାଲିଠୁ ପୁରୀବାସୀଙ୍କୁ ଜଗା ଦର୍ଶନ ପାଇଁ ସୁଯୋଗ ମିଳିବ ।