ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଜାଣନ୍ତୁ କେଉଁ ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ରେଜଲ୍ଟ

Advertisment
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ  ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ଜାଣନ୍ତୁ କେଉଁ ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ରେଜଲ୍ଟ

କନକ ବ୍ୟୁରୋ : ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ଟା ୩୦ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଉନ୍ମୋଚନ କରିବେ। ଏହାପରେ ଛାତ୍ରଛାତ୍ରୀ ‘www.orissaresults.nic.in ’ ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।

କଲେଜଗୁଡିକୁ ମଧ୍ୟ ସାମ୍‌ସ ଇ-ସ୍ପେସ ମାଧ୍ୟମରେ ସେମାନଙ୍କ ପିଲାଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ। ପ୍ରତିବର୍ଷ କଳା, ଧନ୍ଦାମୂଳକ, ବିଭାଗ ସହ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଉଥିଲା। କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ଚଳିତ ମାସ ଶେଷ ସପ୍ତାହରେ ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe