ଆସନ୍ତାକାଲି ଠାରୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି : ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳର ବିଧାୟକଙ୍କ ଲୋଡିବେ ସହଯୋଗ

Advertisment
ବିଧାନସଭା ଅଧିବେଶନ ପାଇଁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ । କରୋନା କଟକଣା ଭିତରେ ଗୃହ ଚାଲିବା ନେଇ ଆଲୋଚନା : ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ହେବ ନିଷ୍ପତି

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏନେଇ ଆଜି ସର୍ବ ଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି । ବୈଠକରେ ସବୁ ଦଳର ବିଧାୟକ ସାମିଲ ହେବେ । କେମିତି ବଜେଟ ଅଧିବେଶନ ସୁରୁଖୁରୁରେ ଚାଲିବ ସେନେଇ ସର୍ବଦଳୀୟ ବୈଠକରେ ସମସ୍ତ ଦଳର ବିଧାୟକଙ୍କ ସହଯୋଗ ଲୋଡିବେ ବାଚସ୍ପତି । ୨୦୨୦-୨୧ର ପୂର୍ଣ୍ଣାଙ୍ଗ ବଜେଟ ଫେବୃୟାରୀ ୧୮ ତାରିଖରେ ଗୃହରେ ଉପସ୍ଥାପିତ କରିବେ ନିରଞ୍ଜନ ପୂଜାରୀ ।

ବଜେଟ ଅଧିବେଶନ ୨ଟି ଚରଣରେ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅପ୍ରେଲ ୯ ତାରିଖରେ ଶେଷ ହେବ । ପ୍ରଥମ ଚରଣ ଫେବୃୟାରୀ ୧୪ରୁ  ୨୬ ତାରିଖ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଅପ୍ରେଲ ୯ ତାରିଖରେ ଶେଷ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe