ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ !

Advertisment
ଆଜିି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ଫଳାଫଳ । ଦିନ ସାଢେ ୧୧ଟାରେ ବୋର୍ଡର ୱେବସାଇଟ ଓ ଏସଏମଏସ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ : ସମ୍ବାଦ ହେଲ୍ପ ଲାଇନ୍ ଜରିଆରେ ବି ଜାଣିପାରିବେ ଫଳାଫଳ

କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ମଙ୍ଗଳବାର ପୂର୍ବାହ୍ଣରେ ପ୍ରକାଶ ପାଇବ। ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି। ରାଜ୍ୟ ବାହାରେ ଏକ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ଫାର୍ମରେ ଚାଲିଥିବା ମାର୍କ ପ୍ରୋସେଙ୍ଗ୍ ପ୍ରକ୍ରିୟାକୁ ସଂପୂର୍ଣ୍ଣ କରି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଫେରିଛନ୍ତି।

publive-imageଅନ୍ୟ ପକ୍ଷରେ ଶନିବାର ଅପରାହ୍ଣରେ ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ରଙ୍କୁ ଭେଟି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସୋମବାର ବୋର୍ଡ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ବସି ମାଟ୍ରିକ୍ ପରୀକ୍ଷା ଫଳର ଚୂଡାନ୍ତ ପରିସଂଖ୍ୟାନ ପ୍ରସ୍ତୁତି କରାଯିବ। ଆସନ୍ତା ୨୧ତାରିଖରେ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ମାଟ୍ରିକ୍ ଫଳ ପ୍ରକାଶ ପାଇବ ବୋଲି  ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe