କନକ ବ୍ୟୁରୋ: ଚାଲିଛି ମାଟ୍ରିକ୍ ପରୀକ୍ଷା । ସୋମବାର ଦିନ ହେବାକୁ ଯାଉଛି ଗଣିତ ପରୀକ୍ଷା । ଗଣିତ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ କିପରି ପ୍ରସ୍ତୁତି କରିବେ, ସମସ୍ତଙ୍କର ଚିନ୍ତା ରହିଥାଏ । ଗଣିତ ବିଷୟକୁ ଅତି ଗୁରୁତର ସହ ନେଇଥାନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ୨୦ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ପରୀକ୍ଷାକୁ ନେଇ ଅଧିକ ସିରିୟସ୍ ନ ହୋଇ ମୁଣ୍ଡ ଥଣ୍ଡା ରଖି ପ୍ରଶ୍ନ ପତ୍ରର ଉତର ରଖିବାକୁ ଛାତ୍ରଛାତ୍ରୀଙ୍କୁ କୁଅନ୍ତୁ । ଯେହେତୁ ଗଣିତ ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ଭାବେ ସୂତ୍ର ଉପରେ ନିର୍ଭରଶୀଳ, ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ସତର୍କ ହୋଇ ପରୀକ୍ଷା ଦେବାକୁ ପଡ଼ିବ । ସେହିପରି ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ମିଳିବ । ଗଣିତ ପ୍ରଶ୍ନ ଗୁଡିକର ଉତର ଦେବା ବେଳେ ଛାତ୍ରଛାତ୍ରୀ କେଉଁ ସବୁ ଦିଗ ଉପରେ ଗୁରୁତ୍ୱ ଦେବେ? କିଭଳି ଗଣିତ ପ୍ରଶ୍ନର ଉତର ଲେଖିବେ, କେମିତି ପରୀକ୍ଷାରେ ଭଲ କରିବେ, ସେ ନେଇ ସରଳ ସୂତ୍ର ବତାଇବେ ଅଭିଜ୍ଞ ଶିକ୍ଷକ ।

Advertisment

ମାଟ୍ରିକ ପରୀକ୍ଷା
ଗଣିତ ଟିପ୍ସ
- କେମିତି ରଖିବେ ଭଲ ନମ୍ବର ?
- ସରଳ ସୂତ୍ର ବତାଉଛନ୍ତି ଏକ୍ସପର୍ଟ
- କେମିତି ଚାପ ମୁକ୍ତ ହୋଇ ଦେବେ ପରୀକ୍ଷା
- ପ୍ରଶ୍ନ ପତ୍ରକୁ ଭଲ ଭାବରେ ପଢନ୍ତୁ
- ସିଲାବସ୍ ଅନୁଯାୟୀ ରିଭିଜନ କରନ୍ତୁ
- ବିନା ଚାପରେ ପରୀକ୍ଷା ହଲକୁ ଯାଆନ୍ତୁ
- ପ୍ରଶ୍ନପତ୍ର ପାଇବା ପରେ ପ୍ରଶ୍ନଗୁଡିକୁ ଭଲ ଭାବେ ପଢ଼ନ୍ତୁ
- ଉତ୍ତର ମନେ ନପଡ଼ିଲେ, ସୂତ୍ରକୁ ମନେ ପକାନ୍ତୁ
- ବ୍ୟତିବ୍ୟସ୍ତ ନହୋଇ ଉତ୍ତର ଲେଖନ୍ତୁ ନାହିଁ
- ଗଣିତର ସୂତ୍ର ଗୁଡ଼ିକୁ ଘୋଷିକା ଅପେକ୍ଷା ଭଲକରି ବୁଝିବା ଦରକାର
- ପ୍ରଶ୍ନ ଅନୁସାରେ ଠିକ୍ ସୂତ୍ରର ପ୍ରୟୋଗ କରନ୍ତୁ
- ପ୍ରଥମେ ସହଜ ପ୍ରଶ୍ନର ଉତ୍ତର ଦିଅନ୍ତୁ
- କଷ୍ଟ ପ୍ରଶ୍ନର ସମାଧାନ ପରେ କରନ୍ତୁ
- ପ୍ରଶ୍ନର ଉତ୍ତର ଲେଖିବା ପରେ ଏହାର ପୁନର୍ବାର ଚେକ୍ କରନ୍ତୁ
- ଗଣିତ ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ମିଳିବ