ଆସନ୍ତାକାଲି ଗଣିତ ପରୀକ୍ଷା: କେମିତି ରଖିବେ ଭଲ ମାର୍କ?

200

କନକ ବ୍ୟୁରୋ: ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ସବୁଠୁ ଗୁରୁତ୍ୱ ହେଉଛି ଗଣିତ ପରୀକ୍ଷା । କାରଣ ଏହି ବିଷୟରେ ଭଲ ମାର୍କ ରଖିବା ପାଇଁ ଅଧିକ ସୁଯୋଗ ରହିଥାଏ । ଆଉ କିଛି ଛାତ୍ର/ଛାତ୍ରୀଙ୍କ ପାଇଁ ବୋଝ ସଦୃଶ୍ୟ ହୋଇଥାଏ ଗଣିତ ପରୀକ୍ଷା । କେମିତି ପରୀକ୍ଷା ହଲରେ ପ୍ରଶ୍ନର ଉତର ଲେଖିବେ, ଯେତିକି ପ୍ରସ୍ତୁତି କରିଛନ୍ତି, ତା’ର ଠିକ୍ ଉପଯୋଗ କରିବେ ଏ ନେଇ ପରାମର୍ଶ ଦେଇଛନ୍ତି ଅଭିଜ୍ଞ ଶିକ୍ଷକ ।

ଗଣିତ ପରୀକ୍ଷା ପାଇଁ ଟିପ୍ସ
ଚାପମୁକ୍ତ ହୋଇ ପରୀକ୍ଷାକେନ୍ଦ୍ରକୁ ଯିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ
ବିଳମ୍ବିତ ରାତି ପର୍ଯ୍ୟନ୍ତ ରିଭିଜନ୍ କରିବା ଅନୁଚିତ
ପ୍ରଶ୍ନପତ୍ର ପାଇବା ପରେ ସେଗୁଡ଼ିକୁ ଭଲ ଭାବେ ପଢ଼ନ୍ତୁ
ଅବ୍ଜେକ୍ଟିଭ୍ ବା ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ପ୍ରଥମେ ଲେଖନ୍ତୁ
ପ୍ରଶ୍ନର କ୍ରମିକ ନମ୍ବର ନଦେଖି, ଯେଉଁ ପ୍ରଶ୍ନ ସହଜ, ତା’ର ଉତ୍ତର ଆଗ ଦିଅନ୍ତୁ

ପରୀକ୍ଷା ହଲରେ ସବୁଠୁ ବଡ଼ କଥା ହେଉଛି ସମୟର ଉପଯୋଗ । ସଂକ୍ଷିପ୍ତ ପ୍ରଶ୍ନ ଓ ଦୀର୍ଘ ପ୍ରଶ୍ନ ପାଇଁ ପ୍ରଥମରୁ ସମୟ ସ୍ଥିର କରିଦେଲେ ଭଲ । ନହେଲେ ଗୋଟିଏ ପ୍ରଶ୍ନରେ ଛନ୍ଦି ହୋଇଯିବେ, ଆସୁଥିବା ଅନ୍ୟ ପ୍ରଶ୍ନର ଉତର ପାଇଁ ସମୟ ମିଳିବ ନାହିଁ ।

ଗଣିତ ପରୀକ୍ଷା ପାଇଁ ଟିପ୍ସ
ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ମିଳିବ
ଟାଇମ୍ ମ୍ୟାନେଜମେଂଟ ଉପରେ ଗୁରୁତ୍ୱ ଦିଅନ୍ତୁ
କୌଣସି ପ୍ରଶ୍ନ ନଛାଡ଼ି ସବୁ ପ୍ରଶ୍ନର ଉତ୍ତର ଲେଖନ୍ତୁ
କାରଣ ଗଣିତରେ ଷ୍ଟେପ୍ ମାର୍କିଂ ରହିଛି
ଯଦି ସଠିକ୍ ଉତ୍ତର ବାହାରୁନାହିଁ, ତେବେ ବି ଷ୍ଟେପ୍ ଅନୁଯାୟୀ ମାର୍କ ମିଳିବ
ଉତ୍ତର ଲେଖିସାରି ଭଲ ଭାବେ ପଢ଼ନ୍ତୁ
ସଂଖ୍ୟାଗୁଡିକ ନିର୍ଭୁଲ ଲେଖନ୍ତୁ

ଭଲ ଭାବେ ପ୍ରସ୍ତୁତି ଓ ଚାପମୁକ୍ତ ହୋଇ ପରୀକ୍ଷା ଦେଲେ ଭଲ ମାର୍କ ରଖିବାକୁ ସକ୍ଷମ ହେବେ କହିଛନ୍ତି ବରିଷ୍ଠ ଶିକ୍ଷକ ।