ଆଜି ମଧ୍ୟରାତ୍ରରୁ ସାରା ଦେଶରେ ବନ୍ଦ ରହିବ ପ୍ରାୟ ୩ ହଜାର ୭ଶହ ଟ୍ରେନ୍ । ଆସନ୍ତାକାଲିର ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଜାରି ହେଲେ ରେଲୱେ ଅର୍ଡର

2,523

କନକ ବ୍ୟୁରୋ : ଆସନ୍ତାକାଲି ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ସାରା ଦେଶରେ ପ୍ରାୟ  ୩ହଜାର ୭ଶହ ଟ୍ରେନ୍ ଚଳାଚଳ ବନ୍ଦ ରହିବ ।  ନିଦ୍ଦିଷ୍ଟ ଷ୍ଟେସନ୍ରୁ ବାହାରୁଥିବା ଟ୍ରେନ୍ ଗୁଡ଼ିକ ସେହି ଷ୍ଟେସନ୍ରୁ ବାହାରିବ ନାହିଁ ବୋଲି ରେଲୱେ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । କୌଣସି ପାସେଞ୍ଜର ଟ୍ରେନ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ ନାହିଁ । ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ୧୦ଟା ଯାଏଁ ଏହି ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଏହି କ୍ରମରେ ଦେଶରେ ପ୍ରାୟ ୨ ହଜାର ୪ଶହ ପାସେଞ୍ଜର ଟ୍ରେନ୍ ଆଜି ମଧ୍ୟରାତ୍ରରୁ ବନ୍ଦ ରହିବ । ସେହିପରି ପ୍ରାୟ  ୧୩ଶହ ମେଲ୍ କିମ୍ବା ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ବନ୍ଦ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଜନତା କର୍ଫ୍ୟୁ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି । ଆଉ ଏହାକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତି ହୋଇଥିବା ଜଣାପଡ଼ିଛି । ତେବେ ପୂର୍ବତନ ରେଲୱାଇ ପକ୍ଷରୁ କେଉଁ କେଉଁ ଟ୍ରେନ୍ ଚଳାଚଳ ବନ୍ଦ ରହିବ ସେ ସଂପର୍କରେ ଆଜି ବିଧିବଦ୍ଧ ଭାବେ ସୂଚନା ଦିଆଯିବ । ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ଯାଏଁ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି ।