‘ମହା ବିକାଶ ଅଘାଡ଼ି’ ନାଁରେ ମହାମେଣ୍ଟ । ଆସନ୍ତାକାଲି ଉଦ୍ଧବଙ୍କ ହେବ ଅଭିଷେକ, ଶିବାଜୀ ପାର୍କରେ ଶପଥ ନେବେ ନୂଆ ସରକାର ।

292

କନକ ବ୍ୟୁରୋ: ରାତି ପାହିଲେ ମହାରାଷ୍ଟ୍ରରେ ନୂଆ ସରକାର । ‘ମହା ବିକାଶ ଅଘାଡ଼ି’ ନାରା ଦେଇ ମହାମେଣ୍ଟ କରି ସରକାର ଗଢ଼ିବାକୁ ତିନି ଦଳର ନିଷ୍ପତି । ମହାମେଣ୍ଟର ମଙ୍ଗ ଧରିବେ ଶିବସେନା ମୁଖ୍ୟ ବା ମେଣ୍ଟ ଦଳର ନିର୍ବାଚିତ ନେତା ଉଦ୍ଧବ ଠାକରେ । ଆଜି ଏହି ମେଂଟର ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ସେହିପରି ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଆଗରୁ ସମସ୍ତ ବିଧାୟକଙ୍କୁ ନିଜେ ସ୍ୱାଗତ କରିଛନ୍ତି ସୁପ୍ରିୟା ସୁଲେ । ଏକାକି ସୁପ୍ରିୟାଙ୍କୁ ହିଁ ବିଧାୟକଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା ।

ସେହପରି ମହାରାଷ୍ଟ୍ର ବିଧାନସଭାର ପ୍ରଥମ ଅଧିବେଶନରେ କାମଚଳା ବାଚସ୍ପତି ସମସ୍ତ ବିଧାୟକଙ୍କୁ କରାଉଛନ୍ତି ଶପଥ ପାଠ । ମହାରାଷ୍ଟ୍ରରେ ଆଜି ଏହିପରି ତିନୋଟି ଚିତ୍ର ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲି ସଂଧ୍ୟାରେ ହେବ ଶପଥ ଗ୍ରହଣ ଉତ୍ସବ । ମହାରାଷ୍ଟ୍ର ବିକାଶ ଆଗାଢି ମେଂଟର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଉଦ୍ଧବ ଠାକରେ । ଏହା ଆଗରୁ ସୌଜନ୍ୟମୂଳକ ଭାବେ ଉଦ୍ଧବ ଠାକରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଛନ୍ତି । ଆଜି ରାଜଭବନରେ ଉଦ୍ଧବ ଠାକରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିବା ବେଳେ ସାଥୀରେ ତାଙ୍କର ପତ୍ନୀ ମଧ୍ୟ ଥିଲେ ।

ଆସନ୍ତାକାଲି ଶିବାଜୀ ପାର୍କରେ ଉଦ୍ଧବ ଠାକରେ ସଂଧ୍ୟା ପ୍ରାୟ ୬ଟା ୪୦ ମିନିଟରେ ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ହେବାରେ ଉଦ୍ଧବ ହେବେ ଠାକରେ ପରିବାରର ପ୍ରଥମ ସଦସ୍ୟ । କଂଗ୍ରେସ, ଶିବସେନା ଏବଂ ଏନ୍ସିପିକୁ ନେଇ ମିଳିତ ବୈଠକରେ ଗତକାଲି ଉଦ୍ଧବଙ୍କୁ ନେତା ନିର୍ବାଚିତ କରାଯାଇଥିଲା । ଶିବସେନା-ଏନସିପି ଓ କଂଗ୍ରେସ ମେଂଟକୁ ମହାରାଷ୍ଟ୍ର ବିକାଶ ଅଘାରି ନାମ କରଣ କରାଯାଇଛି । ଏହି ମେଂଟ ଆଗାମୀ ୫ ବର୍ଷ ପାଇଁ ଶାସନ କରିବ ବୋଲି ଦାବି କରିଛି ଶିବସେନା ।

Comments are closed.