ଆସନ୍ତାକାଲି ବିଶ୍ୱକପ୍ ଉଦଘାଟନୀ ଉତ୍ସବ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଦୁଲୁକିବ ବାରବାଟୀ ଷ୍ଟାଡିୟମ।

ଆସନ୍ତାକାଲି ବିଶ୍ୱକପ୍ ଉଦଘାଟନୀ ଉତ୍ସବ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଦୁଲୁକିବ ବାରବାଟୀ ଷ୍ଟାଡିୟମ।

କନକ ବ୍ୟୁରୋ: ବାରବାଟୀ ଷ୍ଟାଡିୟମରେ ଯୋଡିହେବାକୁ ଯାଉଛି ଆଉ ଏକ ଅଧ୍ୟାୟ । ଆସନ୍ତାକାଲି ବୁଧବାର ବାରବାଟୀ ମଇଦାନରେ ବାଜିବ ହକି ବିଶ୍ୱ କପର ବିଗୁଲ୍ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ । ଏନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ପାଲଟିବେ ବଲିଉଡ ଷ୍ଟାର ଆଇକନ୍ । ଖାସ୍ କରି ଉଦଘାଟନୀ ଉତ୍ସବରେ ଧମାଲ କରିବେ ରଣବୀର ସିଂ ଓ ଦିଶା ପଟାନୀ । କିଛି ଦିନ ହେଲା କଳାକାର ମାନେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଶତାଧିକ ନୃତ୍ୟଶିଳ୍ପୀ ନିଜ ନିଜର ଅଭ୍ୟାସ କରୁଛନ୍ତି । ସେହିଭଳି ପ୍ରୀତମ୍୍ଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଉପସ୍ଥିତ ଦର୍ଶକ ।

ଉଦଘାଟନୀ ଉତ୍ସବରେ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ବିଶାଳ ମଞ୍ଚ କରାଯାଇଛି । ହକି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ ୧୧ । ସୁରକ୍ଷା ଦାୟିତ୍ୱ ତଦାରଖ କରିବାପାଇଁ ୪୦ ଜଣ ଡିଏସ୍ପି ସ୍ତରୀୟ ଅଧିକାରୀ , ୫୫ଜଣ ଇନସପେକ୍ଟର ସ୍ତରୀୟ ଅଧିକାରୀ ୩ଶହ ଜଣ ଏସଆଇଙ୍କ ସହିତ ୩ଶହରୁ ଅଧିକ କନେଷ୍ଟବଳ ନିୟୋଜିତ ହେବେ । ତା ସହିତ ୫ଶହରୁ ଅଧିକ ହୋମଗାର୍ଡଙ୍କୁ ବି ନିଯୁୁକ୍ତ କରାଯାଇଛି । ସେହିଭଳି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ । ଦ୍ୱିତୀୟ ସ୍ତରରେ ସୁରକ୍ଷା ବଳୟ ବିଭିନ୍ନ ଗେଟର ଭିତରପଟ ଓ ଗ୍ୟାଲେରୀ ରହିବ । ସମ୍ପୁର୍ଣ୍ଣ ବ୍ୟବସ୍ଥାକୁ ତଦାରଖ କରିବାକୁ କଂଟ୍ରୋଲ ରୁମ କରାଯାଇଛି । ସେପଟେ ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe